Masthead

ସରିଲା ଛତର ଯାତରା; ଅପେକ୍ଷା ଆର ବରଷକୁ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ବିନା ଭକ୍ତରେ ପ୍ରଥମ ଥର ପାଇଁ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରାତଃ ୫.୨୦ ମିନିଟରେ ମା’ଙ୍କ ଛତର ଜେନାଖାଲଠାରୁ ବାହାରି ୬.୧୦ ମିନିଟରେ ମା’ଙ୍କ ମୂଳ ଆସ୍ଥାନ ମାଣିକେଶ୍ୱରୀ ମନ୍ଦିରକୁ ପ୍ରବେଶ କରିଥିଲା ।

ଛତରଯାତ୍ରାରେ ସାମିଲ ହେବାକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭବାନୀପାଟଣା ସହରକୁ ଛୁଟି ଆସନ୍ତି । କରୋନା ପାଇଁ ବିଶ୍ୱ ପ୍ରସିଦ୍ଧ ଛତରଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । କେବଳ ପରମ୍ପରା ଓ ରୀତିନୀତି ପାଳନ ମଧ୍ୟରେ ସୀମିତ ରହିଥିଲା ଚଳିତ ବର୍ଷର ଛତରଯାତ୍ରା । ବିଗତ ବର୍ଷଗୁଡ଼ିକରେ ମାନସିକଧାରୀଙ୍କ ପଶୁ,ପକ୍ଷୀ ବଳିରେ ରାଜରାସ୍ତା ରକ୍ତ ରଞ୍ଜିତ ହୋଇଥାଏ । ମାତ୍ର ଚଳିତ ବର୍ଷ ସବୁ ଖାଁ ଖାଁ ଲାଗୁଥିଲା । ମା’ ମାଣିକେଶ୍ୱରୀ ଦର୍ଶନ ନପାଇ ଭକ୍ତ ନିରାଶ ହୋଇଛନ୍ତି । ହେଲେ ମା’ଙ୍କ ଉଦ୍ଦେଶ୍ୟରେ ଆକୁଳ ନିବେଦନ ଜଣାଇଛନ୍ତି ଶ୍ରଦ୍ଧାଳୁ । ଅପେକ୍ଷା ଆର ବରଷକୁ । କରୋନା ଛାଡିବ,ପୁଣି ଛତର ଯାତ୍ରାରେ ଭିଡ଼ ଜମିବ ।

କୋଭିଡ ଗାଇଡଲାଇନକୁ ସମ୍ମାନ ଜଣାଇ ଲୋକେ ରାଜରାସ୍ତାରେ ବଳି ଦେଇ ନ ଥିଲେ । ମାତ୍ର ଘରେ ଘରେ ବଳିପ୍ରଥା ପାଳନ କରିଛନ୍ତି । ମା’ଙ୍କ ଉଦ୍ଦେଶ୍ୟରେ ଧୂପ, ଦୀପ, ନୈବେଦ୍ୟ ତଥା ଶାନ୍ତିର ପ୍ରତୀକ କପୋତ ଉଡାଇ ପରମ୍ପରା ପାଳନ କରିଛନ୍ତି ଭକ୍ତ । କରୋନା ସଂକ୍ରମଣର ମୁକାବିଲା ସହ ପରମ୍ପରା ବଜାୟ ରଖିବାରେ ଜନସାଧାରଣ ସହଯୋଗ କରିଥିବାରୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଜଣାଇଛି ଧନ୍ୟବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି