ଜିଲ୍ଲାପାଳଙ୍କୁ ଭେଟି ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କଲେ ୪୦ରୁ ଅଧିକ ଗ୍ରାମବାସୀ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ହିଂସା ଆଶଙ୍କା । ନୂତନ ଜିଲ୍ଲାପାଳଙ୍କୁ ଭେଟି ଶାନ୍ତି ସ୍ଥାପନା ପାଇଁ ଅନୁରୋଧ କଲେ ୪୦ରୁ ଅଧିକ ଗ୍ରାମବାସୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧୀନ ଜଗନ୍ନାଥପୁର ପଂଚାୟତ ଚୋଟଳ ଗ୍ରାମରେ ଲାଗି ରହିଥିବା ଗୋଷ୍ଠୀ ବିବାଦକୁ ନେଇ ଆଜି ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଉକ୍ତ ଗ୍ରାମର ମାଆ କେନ୍ଦୁଳେଇଙ୍କ ୯୦ ଡିସିମିଲ ଚାଷଜମିକୁ ଗ୍ରାମବାସୀଙ୍କ ସୁପାରିଶ କ୍ରମେ ଉକ୍ତ ଗ୍ରାମର ଭୂମିହୀନ ବ୍ୟକ୍ତି ଭଗବାନ ପରିଡ଼ା ଦୀର୍ଘ ପନ୍ଦର ବର୍ଷ ହେବ ଚାଷୀ କରିଆସୁଛନ୍ତି ।

ପ୍ରତିବର୍ଷର ଦେୟ ସୂଚାରୁ ରୂପେ ଗ୍ରାମ ଫଣ୍ଡକୁ ହସ୍ତାନ୍ତର କରନ୍ତି । କିନ୍ତୁ ଚଳିତ ବର୍ଷ ଗ୍ରାମସଭାର ଲିଖିତ ଅନୁମୋଦନ ପରେ ବି ଗ୍ରାମର ଶିବ ଶଙ୍କର ଜେନା ଜୋର ଜବରଦସ୍ତ ଉକ୍ତ ଜମିକୁ ଦଖଲ କରି ଚାଷ କରିଛନ୍ତି । ଗ୍ରାମର ଆଉ କିଛି ଅସାଧୁ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଶିବ ଶଙ୍କରଙ୍କୁ ସାହାଯ୍ୟ କରିବା ସହ, ଭଗବାନ ପରିଡ଼ାଙ୍କୁ ନାନା ପ୍ରକାର ଧମକ ଚମକ ଦେଉଛନ୍ତି । ଗ୍ରାମର ପାଣ୍ଠି (ଅର୍ଥ ରାଶି )କୁ ନିଜ ହାତ ରେ ଜୋର ଜବରଦସ୍ତ ରଖି ଗ୍ରାମବାସୀ ଅନୁରୋଧ ପରେ ବି ଗ୍ରାମ ମନ୍ଦିରର ଉନ୍ନତି କାର୍ଯ୍ୟ ପାଇଁ ଦେଉନାହାନ୍ତି । ଖାଲି ସେତିକି ନୁହେଁ ଗ୍ରାମର ସରକାରୀ ଜମିରୁ ଗଛ କାଟି ଉକ୍ତ ଅର୍ଥକୁ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ।

ଏ ବାବଦରେ ଗ୍ରାମବାସୀମାନେ ତିର୍ତ୍ତୋଲ ଥାନା ଓ ତହସିଲଦାରଙ୍କ ପାଖରେ ଅଭିଯୋଗ କଲାପରେ କିଛି ହିତାକାଂକ୍ଷୀ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଘଟଣାର ସମାଧାନ କରାଯାଇ ଥିଲେ ବି ଉକ୍ତ ଶିବ ଶଙ୍କର ଜେନା ତାଙ୍କର କିଛି ସମର୍ଥକ ଉକ୍ତ ସମାଧାନକୁ ନମାନି ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଯାହା ଫଳରେ ଗ୍ରାମ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଛି । ତେବେ ଜିଲ୍ଲାପାଳ ଉକ୍ତ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ