Masthead

ଗୋଟିଏ ଦିନ ପାଇଁ ହେବେ ମୁଖ୍ୟମନ୍ତ୍ରୀ

ହରିଦ୍ୱାର (ବଡ଼ ଖବର): ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ । ବାଳିକା ଦିବସ ଉପଲକ୍ଷେ ଜାନୁଆରୀ ୨୪ ତାରିଖରେ ସେ ହେବେ ମୁଖ୍ୟମନ୍ତ୍ରୀ । ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ୱତ । ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି । ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଜନାକୁ ନେଇ ତାଙ୍କୁ ୫ ମିନିଟର ଏକ ରିପୋର୍ଟ ଦେବେ । ସୃଷ୍ଟି ଏବେ ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରୀ ଓ ବାଳିକାଙ୍କୁ ସଶକ୍ତକରଣ କରିବା ।

ଜାନୁଆରୀ ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଜଳ ସେଚନ ବିଭାଗ ଓ ମହିଳା ସଶକ୍ତକରଣ ବିଭାଗର ସଚିବମାନେ ରହିବେ । ସୃଷ୍ଟିଙ୍କୁ ୧୦୮ ଆମ୍ବୁଲାନ୍ସ, ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଅଟଳ ଆଦର୍ଶ ବିଦ୍ୟାଳୟ, ରାଜଧାନୀ ସାମାନ୍ୟ ପ୍ରଶାସନ ସଚିବ, ଗ୍ରାମ୍ୟ ବିକାଶ ବିଭାଗର ନିର୍ଦ୍ଦେଶକ, ଡେରାଡୁନର ଜିଲ୍ଲାପାଳ, ଶିଳ୍ପ ବିଭାଗର ସଚିବ, ପୋଲିସ ଡିଜି ଆଦି ୫ ମିନିଟର ରିପୋର୍ଟ ପ୍ରଦାନ କରିବେ ।

ସେ ହରିଦ୍ୱାରର ଦୌଲତପୁରର ବାସିନ୍ଦା ।  ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ ଅଟନ୍ତି। ପୂର୍ବରୁ ଅନେକ ଅନ୍ତର୍ଜାତୀୟ ବାଳିକା ଦିବସରେ ଅନେକ କାର୍ୟ୍ୟକ୍ରମରେ ଭାଗ ନେଇ ସାରିଛନ୍ତି । ସୃଷ୍ଟିଙ୍କ ପିତା ପ୍ରବୀଣ ବ୍ୟବସାୟୀ ହୋଇଥିବା ବେଳେ ମା ସୁଧା ଗୋସ୍ୱାମୀ ଗୃହିଣୀ ଅଟନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ