Masthead

ଆଜି ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ । ମୁଖ୍ୟମନ୍ତ୍ରୀ ୬ ଦିନିଆ ଜାପାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି । ଏହି ଗସ୍ତ ସମୟରେ ନବୀନ ଜାପାନ ରାଜଧାନୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ନବୀନ ଆଲୋଚନା କରିବେ ।

ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି। ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ । ୨୦୧୮ ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !