Masthead

ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗଣ୍ଡଗୋଳ କରି ନିଜ ବିଧାୟକ ପଦ ହରାଇଲେ ପ୍ରଶାନ୍ତ ଜଗଦେବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଗଦେବଙ୍କୁ ଦଳର ନିଲମ୍ବିତ କରିଛନ୍ତି । ତେବେ ଶାନ୍ତ ବିଜେପି ବିଧାୟକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ବିଧାୟକ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ ମାରିଥିଲେ। ଏ ନେଇ ଜଗଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା।

ଏପରିକି ବିଧାୟକଙ୍କୁ ମାଡ଼ ମାରିଥିବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହା ସହ ନିରଞ୍ଜନଙ୍କୁ ମାଡ ମରା ନେଇ ବିଜେପି ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିବା ଅନୁମାନ କରାଯାଉଛି। ବିଧାୟକଙ୍କର ଏପରି ଆଭିମୁଖ୍ୟ କିଛି ନୂଆ ନୁହଁ । ଏହା ପୂର୍ବରୁ ତାଙ୍କ ବିରୋଧରେ ଏପରି ଅନେକ ଅଭିଯୋଗ ହୋଇଥିବାର ସୂଚନା ମିଳିଛି ।

ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ନବୀନ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ବଡ ଆକ୍ସନ ଏବଂ ଦଳରୁ ନିଲମ୍ବିତ ହେବାରେ ପଞ୍ଚମ ପାଳିରେ ପ୍ରଶାନ୍ତ ଜଗଦେବ ପ୍ରଥମ ବିଧାୟକ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି