Masthead

ଜାହାନିଆରେ ଜମୁଛି ଭିଡ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ପିର୍ ଜାହାନିଆ ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଶୀତଋତୁ ଆଣିଥାଏ ପର୍ଯ୍ୟଟଙ୍କ ମନରେ ଆନନ୍ଦ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ସମୁଦ୍ରରେ ଗାଧୋଇବାର ମଜା ସହ ବଣଭୋଜିର ଭରପୂର ଆନନ୍ଦ ଉଠାଉଛନ୍ତି ପର୍ଯ୍ୟଟକ । ଦୂର ଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି । କରୋନା ମହାମାରୀ ପାଇଁ ଦୀର୍ଘ ୮ରୁ ୯ ମାସ ହେଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ ଥିଲା । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ପୀର ଜାହାନିଆ ପୀଠରେ ବିରାଜମାନ ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ପୀଠ । ପୀର ଜାହାନିଆ ରାଜ୍ୟର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ । ଚିତାକର୍ସକ ସ୍ୱର୍ଣ୍ଣାଭ ବେଳାଭୂମି ସହ ଝାଉଁଜଙ୍ଗଲର ବଣଭୋଜି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିଥାଏ । ପର୍ଯ୍ୟଟକଙ୍କ ସୁରକ୍ଷାପାଇଁ ଲାଇଫଗାର୍ଡ ବ୍ୟବସ୍ଥା ଅଭାବରୁ ବିଗତ ଦିନମାନଙ୍କରେ ଅନେକ ପର୍ଯ୍ୟଟକ ବଣଭୋଜି ପାଇ ଆସି ଏଠାରେ ଜୀବନ ହରାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ