Masthead

ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ଚିଲିକା

(ବଡ଼ ଖବର ବ୍ୟୁରୋ):  ଆସିଲାଣି ଶୀତ । ଶୀତ ଆସିବା ସହ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀଙ୍କ ଆଗମନ ଦ୍ୱାରା ଚିଲିକାର ରୂପ ବି ଆହୁରି ସୁନ୍ଦର ହୋଇଯାଇଛି । ଏହି ରଙ୍ଗବେରଙ୍ଗର ପକ୍ଷୀ ଚିଲିକାକୁ ପ୍ରତିବର୍ଷ ଆସନ୍ତି । ଶୀତ ଆସିବା ମାତ୍ରେ ଏହି ଅତିଥି ଆସନ୍ତି । ନୀଳ ଆକାଶରେ ହଜାର ହଜାର କିଲୋମିଟର ଅତିକ୍ରମ କରି ନିଳାମ୍ବୁ ଚିଲିକାରେ ପହଞ୍ଚିଛନ୍ତି ପ୍ରାୟ ୨୦ ହଜାରରୁ ୨୨ ହଜାର ପକ୍ଷୀ ।

ଅକ୍ଟୋବର ମାସର ତୃତୀୟ ସପ୍ତାହରେ ସୁଦୂର ଅଷ୍ଟ୍ରେଲିଆ, କାଜାକିସ୍ତାନ, ମାଙ୍ଗୋଲିଆ, ସୁଇଜରଲ୍ୟାଣ୍ଡ, ଲଦାଖ ଓ ଋଷ ଆଦି ଦେଶରୁ ଏହି ପକ୍ଷାମାନେ ଆସିଥାନ୍ତି । ତେବେ ଚିଲିକାର ନଳବଣ ଓ ମଙ୍ଗାଳାଯୋଡିରେ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଅତିଥିଙ୍କ ସୁରକ୍ଷା ପାଇଁ ୨୧ ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ବନପାଳ ସହିତ ୩ ଜଣ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ସୂଚନା ଅନୁସାରେ ୨୦୨୦ ଓ ୨୦୨୧ରେ ଚିଲିକାକୁ ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ