Masthead

ଚୀନରେ ବର୍ଷା ରେକର୍ଡ ସୃଷ୍ଟି କରିଛି

(ବଡ଼ ଖବର ବ୍ୟୁରୋ): ଚୀନରେ ପ୍ରଳୟଙ୍କରୀ ବନ୍ୟା । ଜଳମଗ୍ନ ଚୀନ । ଭାସୁଛି ଅଧିକାଂଶ ଅଞ୍ଚଳ । ଶହ ଶହ ଲୋକଙ୍କ ମଧ୍ୟ ଜୀବନ ଗଲାଣି । ଗତ କିଛି ଦିନ ହେବ ଚୀନର ହେନାନ୍ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିଛି । ଯାହା ସହରର ବାର୍ଷିକ ବର୍ଷାର ପରିମାଣ ସହ ସମାନ । ମୂଷଳଧାରାରେ ହୋଇଥିବା ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ହେନାନର ରାଜଧାନୀ ଝାଙ୍ଗଜୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଲେ ଏଠାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୪୭ ଜଣ ଏବେବି ନିଖୋଜ ଅଛନ୍ତି । ଏଠାରେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି ।

ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଜିନଜିଆଙ୍ଗ୍ ସହରରେ ୭ ଜଣ ପ୍ରାଣ ହରାଇବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଶୁକ୍ରବାର ସ୍ଥାନୀୟ ଅଧିକାରୀ ମୃତକଙ୍କ ସଂଖ୍ୟା ୯୯ କହିଥିଲେ । ଯାହା ୪୦୦କୁ ବୃଦ୍ଧି ପାଇଛି । ଏବେବି ୫୦ ଜଣ ନିଖୋଜ ଅଛନ୍ତି । ତେବେ ବର୍ଷା ଓ ବନ୍ୟା କାରଣରୁ ୧ କୋଟି ୪୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ୯୦ ହଜାର ହେକ୍ଟରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି ।

୩୦୬୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ଜୁଲାଇ ୧୬ ପରେ ହେନାନ ପ୍ରାନ୍ତରେ ଅଧିକ ବର୍ଷା ହୋଇଥିଲା । ଝୋଙ୍ଗଝୋରେ ୩ ଦିନରେ ୬୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଅର୍ଥାତ ଘଣ୍ଟା ପ୍ରତି ୨୦୧.୯ ମିମି ବର୍ଷା ହେଉଥିଲା । ଏହି କ୍ଷୟକ୍ଷତି ପାଇଁ ସ୍ଥାନୀୟ ପ୍ରଶାସନକୁ ସମସ୍ତେ ଦାୟୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!