Masthead

ଭାରତ ଭିତରେ ଚୀନର ଗାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଭିତରେ ଚୀନର ଗାଁ । ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ତିଆରି କରିଛି ନିଜର ଏକ ଗାଁ । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ୪କିଲୋମିଟର ପରିମିତ ଅଞ୍ଚଳରେ ଚୀନ୍ ତିଆରି କରିଛି ୧୦୦ରୁ ଅଧିକ ଘର । ୧୯୫୯ ମସିହାରୁ ଏହି ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିବା ଚୀନ ସେଠାରେ ଗାଁ ବସାଇବାକୁ ଯାଉଥିବା ପ୍ରତିରକ୍ଷା ବିଭାଗର ସୂତ୍ରରୁ ସୂଚନା ମିଳିଛି । ଏହି ଗାଁ ପ୍ରତିଷ୍ଠା କରିବାକୁ ଚୀନ ବହୁ ପୂର୍ବରୁ ଯୋଜନା କରିଆସିଥିଲା ।

ଅରୁଣାଚଳ ପ୍ରଦେଶର ବିବାଦୀୟ ସୁବାନସିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ଚୀନ ତା’ର ଏକ ସାମରିକ ବେସ୍ କରିଥିଲା । ପରେ ଏହି ବେସକୁ ଉଠାଇନେଇ ସେଠାରେ ଏହି ଗାଁ ବସାଇଛି । ଭାରତରେ ପ୍ରାୟ ୪ କିମି ଭିତରେ ନିର୍ମିତ ହେଉଛି ଏହି ଗାଁ । ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମିତ ହୋଇଥିବା ଜଣାପଡିଛି । ଏହି ଗାଁରେ ୧୦୧ ଘର ଥିବା ଜଣାପଡ଼ିଛି । କେବଳ ଗାଁ ନୁହେଁ ସୁବାନସିରି ଜିଲ୍ଲାରୁ ପ୍ରାୟ ୬୦ ରୁ ୭୦ କିମି ପଶି ଆସି ଚୀନ ଲେନସୀ ନଦୀ କୂଳରେ ସଡ଼କ ନିର୍ମାଣ ଚଳାଇଛି । ଆଶ୍ଚର୍ଯ୍ୟ କଥା ଭାରତ ଏହା ଜାଣିପାରି ନଥିଲା । ଦୁଇଦେଶ ମଧ୍ୟରେ ହୋଇଥିବା ଚୁକ୍ତି ରାଜିନାମାକୁ ଚୀନ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ