Masthead

ଭାରତ ମହାସାଗରରେ ଚୀନର ଦବଦବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ମହାସାଗରରେ ଚୀନ ମୁତୟନ କରିଛି ଅନେକ ଯୁଦ୍ଧତରୀ । ଏହା ଭିତରେ ଅଛି ଅନୁସନ୍ଧାନ ଏବଂ ସର୍ବେକ୍ଷଣ ଜାହାଜ । ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଆଗାମୀ ଦିନରେ ଚୀନ୍ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ନିଜର ବୁଡ଼ାଜାହାଜ ପାଇଁ ସ୍ୱତନ୍ତ୍ର ରାସ୍ତା ପ୍ରସ୍ତୁତ କରିବା । ୨୦୨୨ ଏପ୍ରିଲ ୧୩ରେ ଚାଇନାର ଅନୁସନ୍ଧାନ ଏବଂ ସର୍ବେକ୍ଷଣ ଜାହାଜ ୟାଙ୍ଗ ଶି ୟୁ ୭୬୦ ମାଲେକା ଷ୍ଟ୍ରାଇଟ୍ ଅତିକ୍ରମ କରିଥିଲା । ଜାହାଜଟି ପ୍ରାୟ ଚାରିମାସ ପର୍ୟ୍ୟନ୍ତ ଭାରତ ମହାସାଗରରେ ରହିଥିଲା ।


ମେରାଇନ୍ ଟ୍ରାଫିକ୍ ୱେବସାଇଟ୍ ଅନୁଯାୟୀ ଚାଇନାର ଅନୁସନ୍ଧାନ ଓ ସର୍ବେକ୍ଷଣ ଜାହାଜ ସିଙ୍ଗାପୁର ଉପକୂଳ ଛାଡି ଚାଇନାର ଝାଙ୍ଗଜିଆଙ୍ଗ ବନ୍ଦର ଆଡକୁ ଗଲା। ଅଗ୍ରସର ହୋଇଥିଲା । ପରେ ଇଣ୍ଡୋନେସିଆର ବାଲିକପପାନ ବନ୍ଦର ଉପରେ ନଜର ରଖିଥିଲା । ଗତ ଦଶନ୍ଧି ମଧ୍ୟରେ ଚୀନର ସର୍ଭେ ଏବଂ ଅନୁସନ୍ଧାନ ଜାହାଜ ସହିତ ଅନେକ ଉପଗ୍ରହ ଟ୍ରାକିଂ ଜାହାଜ ଭାରତ ମହାସାଗରରେ କାର୍ଯ୍ୟକଳାପକୁ ତୀବ୍ର କରିଛି। ଦକ୍ଷିଣ ଭାରତ ମହାସାଗର ଦେଇ ପୂର୍ବ ଆଫ୍ରିକା ଉପକୂଳରେ ପହଞ୍ଚିବା ପାଇଁ ଇଣ୍ଡୋନେସିଆର ଓମ୍ବାଇ-ଭେଟେରାନ୍ ଷ୍ଟ୍ରାଇଟ୍ ଲୋମ୍ବୋକ୍ ଠାରୁ ଏକ ବିକଳ୍ପ ମାର୍ଗ ସୃଷ୍ଟି କରିବାକୁ ଚୀନ ସେନା ଲକ୍ଷ୍ୟ ରଖିଛି। ବୁଡ଼ାଜାହାଜକୁ ଗଭୀର ପାଣିର ଆବଶ୍ୟକ ଥିବାରୁ ମାଲାକା ଏବଂ ସୁଣ୍ଡା ଷ୍ଟ୍ରାଇଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିବାକୁ ଚୀନ୍ ଯୋଜନା କରିଛି ।


ଆକାର ଏବଂ ସଂଖ୍ୟା ଦୃଷ୍ଟିରୁ ଚୀନ୍ ସେନା ବିଶ୍ୱର ସର୍ବ ବୃହତ । ବର୍ତ୍ତମାନ ଚୀନ୍ ନିଜର ଶକ୍ତି ମାଧ୍ୟମରେ ସମୁଦ୍ରକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି । ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ୨୦୨୫ ସୁଦ୍ଧା ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍ ସେନା ପାଟ୍ରୋଲିଂ ଆରମ୍ଭ କରିପାରେ। ଯଦି ଏହା ଘଟେ, ତେବେ ଏହା ଚୀନ୍‌ ପାଇଁ ବିପଦର କାରଣ ହୋଇପାରେ । ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଅଞ୍ଚଳ ବୋଲି ଦାବି କରି ଆସୁଛି । ଦକ୍ଷିଣ ଚୀନ ସାଗରରେ ଚଳାଚଳ କରୁଥିବା ଜହାଜଗୁିକ ଉପରେ ଚୀନ କଡା ନଜର ରଖିଛି । କିଛି ଦେଶର ଜାହାଜକୁ ଦକ୍ଷିଣ ଚୀନ ସାଗରରେ ଚଳାଚଳ ନ କରିବାକୁ ମଧ୍ୟ ଚୀନ୍ ବରଣ କରିଛି ।

ଚୀନର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱର ସମୁଦ୍ର ଦଖଲ କରିବା। ତେଣୁ ଚୀନ୍ ଆଫ୍ରିକାର ପୂର୍ବ ଉପକୂଳକୁ ଦଖଲ କରିବାକୁ ଚାହୁଁଛି। ଆଫ୍ରିକାର ପୂର୍ବ ଉପକୂଳରେ ଥିବା ଦେଶଗୁଡିକ ଦକ୍ଷିଣ ଆଫ୍ରିକା ଠାରୁ ଜିବୋଟି ପର୍ୟ୍ୟନ୍ତ ଚୀନ୍ ନଜରରେ ରହିଛି । ଏଭଳି ପରିସ୍ଥିତିରେ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ସୁରକ୍ଷା ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରୀଲଙ୍କା, ପାକିସ୍ତାନ, ମିଆଁମାର, କାମ୍ବୋଡିଆ, ଲାଓସ୍ ଇଣ୍ଡୋନେସିଆ ଅଧିକ କ୍ଷତିଗ୍ରସ୍ତ ହେବେ । ଏହି ଦେଶଗୁଡିକ ସିଧାସଳଖ ଚୀନ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ଏଭଳି ପରିସ୍ଥିତିରେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ଉପକୂଳର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର