Masthead

ବଳାତ୍କାର ପରେ ହତ୍ୟା -ନ୍ୟାୟ ପାଇଁ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିଭିଲ ଡିଫେନ୍ସରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ବଳାତ୍କାର କରି ନିର୍ମମ ଭାବରେ ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ହରିଆଣାର ସୁରଜକୁଣ୍ଡ ଠାରେ ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏନେଇ ଜାମା ମସଜିଦ ସମ୍ମୁଖରେ ଓଗଓଗର କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସମ୍ପୃକ୍ତ ମହିଳା ଜଣଙ୍କ ସଂଖ୍ୟାଲଘୁ ସମୁଦାୟରୁ ହୋଇଥିବାରୁ ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ଉତକ୍ଷିପ୍ତ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏପରିକି ସମସ୍ତ ଘଟଣାକୁ ଜାଣି ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ଆରୋପ ଲଗାଇଛନ୍ତି । ଦିଲ୍ଲୀରେ ଅଳ୍ପ ସଂଖ୍ୟକକୁ ଅଣଦେଖା କରୁଥିବା ବେଳେ ଅନ୍ୟ ଲୋକମାନଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଉତକ୍ଷିପ୍ତ ଲୋକେ । କେବଳ ଏତିକି ନୁହେଁ ବରଂ ପୀଡ଼ିତାଙ୍କୁ ଦିଆଯାଇଥିବା ସହୟତା ରାଶି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଅନ୍ୟ ସମୁଦାୟର ପୀଡିତାମାନଙ୍କୁ ରାଜ୍ୟ ସରକାର ଏକ କୋଟି ଟଙ୍କାର ସହାୟତା ରାଶି ଦେଉଥିବା ବେଳେ ବିଶେଷ ସମୁଦାୟର ଲୋକମାନଙ୍କୁ କାହିିଁକି ୧୦ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏ ଘଟଣାଟି ସାମ୍ନାକୁ ଆସିବା ପରେ ଦିଲ୍ଲୀ ନୁହେଁ ବରଂ ସାରା ଦେଶରେ ପୀଡିତାକୁ ନ୍ୟାୟ ଦେବାର ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ