Masthead

ହିସାବ ଦେଇପାରିଲେନି, ଜେଲ ଗଲେ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଚାକିରି କାଳରେ କରିଥିଲେ ଢେର ରୋଜଗାର । ଜମା କରିଥିଲେ ପୁଳା ପୁଳା ଧନସମ୍ପତ୍ତି । ଗୋଟିଏ କୋଠରୀରେ ସିନା ଶୋଉଥିଲେ କିନ୍ତୁ ତିଆରି କରିଥିଲେ ବିଭିନ୍ନ ସ୍ଥାନରେ ଅନେକ ଘର । ଭୋଗ କରିବା ବୋଧେ ଭାଗ୍ୟରେ ନାହିଁ । ଏହି ସମ୍ପତ୍ତି କାଳ ହୋଇଛି । ଜେଲ ଯିବାକୁ ପଡିଛି । ଆମେ କହୁଛୁ ଜିପିଏସ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ଜେନାଙ୍କ କଥା ।
ରବୀନ୍ଦ୍ରନାଥ ନିଜ ରୋଜଗାରଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପାଇଥିଲା ଭିଜିଲାନ୍ସ । ରୁଜୁ କରିଥିଲା ଏକ ମାମଲା । ଚାଲିଲା ତଦନ୍ତ । ସମସ୍ତ ପ୍ରମାଣ ଭିଜିଲାନ୍ସ ବିଭାଗ ହାତେଇବା ପରେ ମଙ୍ଗଳବାର କରିଥିଲା ଚଢଉ । ଚଢଉ ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ରବୀନ୍ଦ୍ରଙ୍କ ୫ କୋଠା ଓ ଅନ୍ୟାନ୍ୟ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ଦୁଇଦିନ ଧରି ଚାଲିଲା ହିସାବ । ୬କୋଟି ୫୮ଲକ୍ଷ ଟଙ୍କାର ସମ୍ପତ୍ତି ରବୀନ୍ଦ୍ରଙ୍କର ଅଛି ବୋଲି କହିଥିଲା ଭିଜିଲାନ୍ସ । ବଡ଼ କଷ୍ଟରେ ରବୀନ୍ଦ୍ର ୮୭ଲକ୍ଷ ଟଙ୍କାର ହିସାବ ଦେଇଥିଲେ । ୫କୋଟି ୭୧ ଲକ୍ଷ ଟଙ୍କାର ସେ ହିସାବ ଦେଇପାରିନଥିଲେ । ଅର୍ଥାତ୍ ସେ ୫କୋଟି ୭୧ଲକ୍ଷ ଟଙ୍କାର ହିସାବ ରବୀନ୍ଦ୍ରଙ୍କ ପାଖରେ ନଥିଲା । ରବୀନ୍ଦ୍ର ନିଜ ରୋଜଗାର ଠାରୁ ୨୪୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣାପଡିଥିଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଆଜି ରବୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ