Masthead

୫୦ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ୫୦ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା । ପ୍ରଥମେ ଅପହରଣ ପରେ ପୋଡ଼ି ହତ୍ୟା । ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ । ଝାରସୁଗୁଡ଼ାରେ ଏକ ଛାତ୍ରକୁ ଏପରି ନୃଶଂସ ଭାବେ ହତ୍ୟା କରାଯାଇଛି । ଯାହା ଅତ୍ୟନ୍ତ ହୃଦୟ ବିଦାରକ । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରୁ ମୃତଦେହ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି ସ୍ମିତ ପାରମାର । ପୋଲିସ ଏନେଇ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। ଆଜି ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ନିକଟରୁ ସମର୍ଥଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ, ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିବା ଜଣାପଡିଛି । ମୃତଦେହଟି ସଂପୂର୍ଣ୍ଣ ଜଳି ପାରିନଥିଲା । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ କରିଛି । ତେବେ ଅପହରଣ ପଛର ସଠିକ୍ କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ । ସୂଚନା ଥାଉ କି, ଝାରସୁଗୁଡା ସହରର ସରବାହାଲର ଏକ ଅପାର୍ଟମେଣ୍ଟରୁ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥକୁ ୨୬ ତାରିଖରେ ଅପହରଣ ପରେ ସମର୍ଥଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ତାପରେ ୨୭ ତାରିଖ ରାତି କିମ୍ବା ୨୮ ତାରିଖ ସକାଳୁ ସମର୍ଥଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୁନିତ ଅଗ୍ରୱାଲଙ୍କ ୧୪ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲ ୨୭ ତାରିଖରୁ ସୁନିତ କହିଛନ୍ତି ପୁଅର ଫୋନରୁ ଏକ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ। ୫୦ ଲକ୍ଷ ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ। ଅପରାହ୍ନ୪ଟାରୁ ସମର୍ଥକ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ବାହାରିଥିଲେ ସେବେଠୁ ଆଉ ଘରକୁ ଫେରି ନଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର