Masthead

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଂଚିବେ ।

ସେଠାରୁ ରୋଡ୍ ସୋ’ କରି ମା’ ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ । ଏହା ପରେ କେନ୍ଦୁଝର ଯାତ୍ରା କରିବେ । ରିଜର୍ଭ ପୋଲିସ ପଡ଼ିଆରେ ଅବତରଣ ପରେ ସର୍କିଟ୍ ହାଉସରେ ବିଶ୍ରାମ ନେବେ । ଅପରାହ୍ଣରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ । ପୁରୁଣା ବଜାରଠାରୁ ରୋଡ୍ ସୋ’ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳେ ନିଜ ଗାଁ ରାଇକଳା ଯିବେ ।

ରାଇକଳାରୁ ରୋଡ୍ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ ମୋହନ ମାଝୀ । ଝୁମ୍ପୁରା ବ୍ଲକ ଦୁର୍ଗା ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରିବେ । ଅପରାହ୍ଣରେ ନିଜ ଗାଁରେ ପହଞ୍ଚିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ଗାଁ ଲୋକଙ୍କ ସହ କଥା ହେବା ପରେ ସଂଧ୍ୟାରେ ଭୁବନେଶ୍ୱର ଫେରିଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ