Masthead

୨୦୨୪ କଂଗ୍ରେସର-ଚେଲ୍ଲା କୁମାର

ଏବେକା ସ୍ଥିତି ଫରକ ପକାଇବନି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପ୍ରଥମ ଗସ୍ତରୁ ଦୃଢ଼ ଆଶା ଦେଖାଇଛନ୍ତି ପିସିସିର କେନ୍ଦ୍ରୀୟ ପ୍ରଭାରୀ ଡ. ଚେଲ୍ଲା କୁମାର । ଦଳକୁ ପୁଣି ଥରେ ଉପରକୁ ଉଠାଇବେ, ତୃଣମୂଳ ସ୍ତରର କର୍ମୀଙ୍କୁ ରାଜ୍ୟ ଓ କେନ୍ଦ୍ରୀୟ ସଂଗଠନ ସହ ଯୋଡ଼ିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଚେଲ୍ଲା କୁମାର । ଓଡ଼ିଶା ଗସ୍ତରେ ଆସିଥିବା ପ୍ରଭାରୀ ଆଜି ଦଳର ବରିଷ୍ଠ ନେତାମାନଙ୍କ ସହ କଂଗ୍ରେସ ଭବନଠାରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ମତ ବିନିମୟ ହୋଇଥିଲା । ପରିଚୟ ଆଦାନ ପ୍ରଦାନ ପରେ ଚାଲିଥିଲା ମାନସମନ୍ଥନ । ଦଳର ତୃଣମୂଳ ସଂଗଠନ ସ୍ଥିତି ନେଇ ପ୍ରାଥମିକ ତର୍ଜମା କରାଯାଇଥିଲା । ବୈଠକ ପରେ ଚେଲ୍ଳା କୁମାର କହିଲେ, ପ୍ରଭାରୀ ଦାୟିତ୍ୱ ନେବା ପରେ ଏହା ମୋର ପ୍ରଥମ ଗସ୍ତ । ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବି । ଏହାପରେ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ । ରାଜ୍ୟରେ ଦଳ ଏବେ ତୃତୀୟ ସ୍ଥାନରେ ରହିଛି, ଏପରି ସ୍ଥିତିରେ ଦଳର ସମୃଦ୍ଧି କିପରି ଆଶା କରୁଛନ୍ତି ବୋଲି ପ୍ରଶ୍ନର ବେଶ ଚତୁରତାର ଉତ୍ତର ଦେଇଥିଲେ ଚେଲ୍ଲା କୁମରା ।

ସେ କହିଲେ, ଦଳର ଏବେକା ସ୍ଥିତି କିଛି ପ୍ରଭାବ ପକାଇବ ନାହିଁ । ଆସନ୍ତା ୨୦୨୪ ହେଉଛି କଂଗ୍ରେସର । ସେଥିପାଇଁ ଏବେ ଠାରୁ ଆମେ ତୃଣମୂଳ ସ୍ତରର ସଂଗଠନକୁ ସମୃଦ୍ଧ କରିବାକୁ ଆସିଛୁ । ଓଡ଼ିଶାର ଦୁଇଟି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ସମ୍ପର୍କରେ ସେ କହିଲେ, ଆମେ ନିଶ୍ଚିତ ଭଲ କରିବାକୁ ଆଶା ରଖିଛୁ । ପିସିସି ପରିବର୍ତ୍ତନ ସମ୍ପର୍କରେ ସେ କହିଲେ, ଏବେ ତ କିଛି ନାହିଁ । ଦଳର ସ୍ଥିତି ପରଖିବେ, ସଂଗଠନର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ କମିଟିକୁ ଜଣାଇବେ, ତାହାପରେ ଯାହା ହେବା କଥା ହେବ ବୋଲି ସେ କହିଥିଲେ । କଂଗ୍ରେସ ଏକ ଗଣତନ୍ତ୍ରିତ ଦଳ । ଏଥିରେ ନେତା, କର୍ମୀଙ୍କୁ ସ୍ୱାଧୀନତା ଦିଆଯାଇଛି । ଦଳରେ କିଛିଟା ମତ ପାର୍ଥକ୍ୟ ଥାଇ ପାରେ । ତାହାକୁ ଦୂର କରି ପୁଣି ଥରେ ଦଳକୁ ସମୃଦ୍ଧ କରାଯିବ ବୋଲି ସେ କହିଥିଲେ । ଆମର ବହୁ ଅଭିଜ୍ଞ ନେତା ଅଛନ୍ତି । ଏହା ସତ୍ୱେ କାହିଁକି ଆମେ କ୍ଷମତାଠୁ ଦୂରରେ ତାହା ନିୟୁତ ଡଲାରର ପ୍ରଶ୍ନ । ନିଶ୍ଚିତ କିଛି ତ୍ରୁଟି ରହିଥିବ ବୋଲି ଭାବୁଛି । ତାହାକୁ ଚିହ୍ନଟ କରି ଲୋକଙ୍କ ସହ ସଂଗଠନକୁ ଯୋଡ଼ିବୁ । କଂଗ୍ରେସର ସଫଳତା କହିବୁ । ଏହାକୁ ଆୟୁଧ କରି ପୁଣି ଥରେ କଂଗ୍ରେସ ଆଗେଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ