Masthead

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଶିକ୍ଷକ ସାଜିଲେ ଜିଲ୍ଲାପାଳ । ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ବଲାଙ୍ଗିର ଜିଲ୍ଲାପାଳ । ବଡ଼ଟିକା ଉଚ୍ଚ ମାଧ୍ୟମିକ ସ୍କୁଲର ପିଲାଙ୍କୁ ବିଜ୍ଞାନ ଓ ଗଣିତ ବିଷୟରେ ଶିକ୍ଷାଦାନ କରି ପୁଣି ଚର୍ଚ୍ଚାରେ ଜିଲ୍ଲାପାଳ ଚଞ୍ଚଳ ରାଣା । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିବା ସହ ଆଗକୁ କେମିତି ପାଠପଢ଼ା ଜାରି ରଖିବେ ସେନେଇ ଶିକ୍ଷା ଦେଇଥିଲେ । ଏଥିସହ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ ଓ ଭଲ ନମ୍ବର ରଖି ପାସ ହେବେ ତାକୁ ନେଇ ମଧ୍ୟ ଗୁରୁମନ୍ତ୍ର ଦେଇଥିଲେ । ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ପାଠପଢ଼ାରେ ବେସ ଖୁସି ହୋଇଥିଲେ । ସେପଟେ ଜିଲ୍ଲାପାଳ ସ୍କୁଲର ଶିକ୍ଷକ ମାନଙ୍କ ସହ ମଧ୍ୟ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପୂର୍ବରୁ ଜିଲ୍ଲାପାଳ ମାଓ ପ୍ରଭାବିତ ଅଞ୍ଚଳରେ କିଛି ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିବା ବି ନଜିର୍ ରହିଛି। ଏପରିକି କିଛି ସରକାରୀ କଲେଜ୍ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ସଫଳତାର ମନ୍ତ୍ର ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି ମହତ୍ ପଦକ୍ଷେପକୁ ସବୁଠି ପ୍ରସଂଶା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ