Masthead

ବଦଳିଲା କଂଗ୍ରେସର ସମ୍ବିଧାନ, ସିଡବ୍ଲୁସିରେ ୫୦% ସଂରକ୍ଷଣ

ରାୟପୁର(ବଡ଼ ଖବର ବ୍ୟୁରୋ): କଂଗ୍ରେସର ୮୫ ତମ ଜାତୀୟ ସମ୍ମିଳନୀ ଛତିଶଗଡର ରାଜଧାନୀ ରାୟପୁରରେ ଚାଲିଛି। ଏହି ସମ୍ମିଳନୀରେ କଂଗ୍ରେସର ସମସ୍ତ ପ୍ରତିଷ୍ଠିତ ନେତା ଅଂଶଗ୍ରହଣ କରିଛନ୍ତି। ଏହି ବୈଠକରେ କଂଗ୍ରେସ ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି ଏବଂ ଏହା ସହିତ ଦଳର କାର‌୍ୟ୍ୟ ପ୍ରଣାଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଉପରେ ବିଚାର କରାଯାଉଛି। ଏହି ସମ୍ମିଳନୀରେ ଦଳର ସମ୍ବିଧାନରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। କଂଗ୍ରେସରେ ସଦସ୍ୟତା କେବଳ ଡିଜିଟାଲ୍ ମାଧ୍ୟମରେ ଦିଆଯିବ ଏବଂ କେବଳ ଡିଜିଟାଲ୍ ରେକର୍ଡ ରଖାଯିବ ବୋଲି ନିର୍ଣ୍ଣୟ ହୋଇଛି। ଏହା ବ୍ୟତୀତ ଦଳର କାର‌୍ୟ୍ୟକାରୀ କମିଟିରେ ପଛୁଆ-ପଛୁଆ ବର୍ଗ, ମହିଳା, ଯୁବକ ଏବଂ ସଂଖ୍ୟାଲଘୁଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି।

ଏଥି ସହିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହାର ସଦସ୍ୟଙ୍କ ସଂଖ୍ୟା ୨୫ ରୁ ୩୫ କୁ ବୃଦ୍ଧି କରାଯାଇଛି। କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଆଜି ମୁଁ ଗର୍ବିତ ଅନୁଭବ କରୁଛି। ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ ଆଜି ଦେଶର ସବୁ ସ୍ଥାନରେ ଘୃଣାର ପରିବେଶ ଶୃଷ୍ଟି ହୋଇଛି । ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଆମେ ସମସ୍ତେ ସେହି ଗୈରବମୟ ରାଜନୀତିର ପ୍ରତିନିଧିତ୍ୱ କରୁଛୁ ଯାହା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୈଲାନା ଅବୁଲ କଲାମ ଆଜାଦ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧିଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ଫଳରେ ପ୍ରସ୍ତୁତ ହାଇଛି । ଏହି ଅଧିବେଶନ ଭାଗ ନେବା ପାଇଁ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ରାୟପୁରରେ ପହଞ୍ଚିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି