Before Header

ବଡ଼ ଖବରର ନିବେଦନ

0 39

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ବଡ଼ ଖବର ନିଜ ଆଦର୍ଶରୁ କେବେ ବି ହଟିନାହିଁ । ହଟିବ ନାହିଁ । ଲୋକଙ୍କ ଚ୍ୟାନେଲ ବଡ଼ ଖବର କେବଳ ଲୋକଙ୍କ ପାଇଁ ସଚ୍ଚୋଟତାର ସହ କାମ କରିଛି । କରିଚାଲିବ । ତେବେ ‘ବଡ଼ ଖବର’ ଆଗକୁ ବଢିବାକୁ ସାଢେ ଚାରିକୋଟି ଓଡ଼ିଆଙ୍କ ସହଯୋଗର ଆବଶ୍ୟକତା ରହିଛି । ସେଥିପାଇଁ ଗୋଟିଏ ନିବେଦନ । ନିବେଦନ ଶୁଣନ୍ତୁ, ଉଚିତ୍ ଭାବିଲେ ସହୟତା କରନ୍ତୁ । ଏହା ହେଉଛି ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଅପିଲ୍ । ଖାଲି ଅପିଲ୍ ନୁହେଁ ହୃଦୟର କଥା ମଧ୍ୟ ।

ସେ କହିଛନ୍ତି, ୟେତେବେଳେ ରାଜ୍ୟରେ ଚାଟୁକାରିତା ସାମ୍ବାଦିକତା ଚାଲିଛି, ଗଣମାଧ୍ୟମଗୁଡିକ, ସରକାରଙ୍କ ପାଖରେ ବନ୍ଧା ପଡିଛନ୍ତି, ସେତେବେଳେ ବଡ଼ ଖବର ଅନ୍ତତଃ ଏଇ ପ୍ରତିଶ୍ରୁତି ଦେବ, କେବେ ବି ରାଜନୀତିର ବଜାରରେ କିଣାବିକାର ସାମଗ୍ରୀ ହେବ ନାହିଁ । କୌଣସି ପରିସ୍ଥିତିରେ ବି କାହା ପାଖରେ ବନ୍ଧା ପଡିବ ନାହିଁ । କିନ୍ତୁ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’କୁ ଚଳାଇବା ପାଇଁ ଆପଣଙ୍କ ସହଯୋଗର ଆବଶ୍ୟକତା ଅଛି । ‘ଆମେ ଆରମ୍ଭ କରିଦେଇଛୁ, ଚ୍ୟାନେଲ ଲୋକଙ୍କ ପାଇଁ କାମ କରିବ, ତା’ର ନିଅଁ ପକେଇଛୁ, ବଡ଼ ଖବର ଲୋକଙ୍କ ପାଇଁ କାମ କରିବା ଆରମ୍ଭ କରିଛି, ସେଇ ସମୟରେ, ସାଢେ ଚାରିକୋଟି ଜନତା ଏଇ ଚ୍ୟାନେଲକୁ ଚଲେଇବାର ଦାୟିତ୍ୱ ବି ନିଅନ୍ତୁ, ଏହା ଆମେ ଚାହୁଁଛୁ ।

ଲୋକଙ୍କ ପାଇଁ କହୁଥିବା ୨୪ଘଣ୍ଟିଆ ଓଡ଼ିଆ ନ୍ୟୁଜ ଚ୍ୟାନେଲ ବଡ଼ ଖବରର ମାଲିକ ବି ଆପଣ ହୁଅନ୍ତୁ । ମଜବୁତ ଗଣତନ୍ତ୍ର ପାଇଁ, ସଚ୍ଚୋଟ ସାମ୍ବାଦିକତକା ତଥା ସାଢେ ୪କୋଟି ଲୋକଙ୍କ ପାଇଁ ୟାର ଆବଶ୍ୟକତା ଅଛି’ ବୋଲି ମୁଖ୍ୟ ସମ୍ପାଦକ ଏଡିଟୋରିଆଲ ଶୋ’ରେ କହିଛନ୍ତି ।

https://fb.watch/727dIB1Taq/

ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି, ବଡ଼ ଖବର କୌଣସି ରାଜନେତା କିମ୍ବା ପୁଞ୍ଜିପତିଙ୍କ ଚ୍ୟାନେଲ ନୁହେଁ । ଏହା ସାଧାରଣ ଲୋକଙ୍କ ଚ୍ୟାନେଲ । ଯେତେବେଳେ ଗଣମାଧ୍ୟମର ଗଳା ଚିପା ଯାଉଛି, ରାଜନୈତିକ ଦଳମାନଙ୍କ ସହ ରହିବାକୁ ବାଧ୍ୟ କରାଯାଉଛି, ଗଣମାଧ୍ୟମର ମୁହଁ ବନ୍ଦ କରାଯାଉଛି, ସେତେବେଳେ ବଡ଼ ଖବର ଲୋକଙ୍କ ପାଇଁ କହୁଛି ।

ବଡ଼ ଖବର ଲୋକଙ୍କ ପାଇଁ ପ୍ରଶ୍ନ କରୁଛି । ସରକାରଙ୍କୁ ପ୍ରଶ୍ନ କରୁଛି । ଅସହାୟ, ଶୋଷିତ, ହତାଦର ମଣିଷଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ ଠିଆ ହୋଇଛି ଲୋକଙ୍କ ଚ୍ୟାନେଲ ବଡ଼ ଖବର । ତେଣୁ ବଡ଼ ଖବରକୁ ଚଳାଇବା ଦାୟିତ୍ୱ ଆପଣଙ୍କର । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ବଡ଼ ଆଶା ଓ ସଚ୍ଚୋଟ ଉଦ୍ଦେଶ୍ୟର ସହ ଆମେ ଏହି ଦାୟିତ୍ୱ ନେଇଛୁ । ସତ କହିବାକୁ ଗଲେ ଆମ ପାଖରେ ପଇସା ଅଛି ନା କେହି ପଇସାବାଲା । କେବଳ ଆପଣ ଅଛନ୍ତି, ସାଢ଼େ ଚାରିକୋଟି ଓଡ଼ିଆ ଅଛନ୍ତି ।

ରାଜ୍ୟର ଏକମାତ୍ର ନିରପେକ୍ଷ ସ୍ୟାଟେଲାଇଟ୍ ୨୪ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବର ଚଳାଇବାକୁ ଆପଣଙ୍କର ଆର୍ଥିକ ସହଯୋଗର ଆବଶ୍ୟକତା ଅଛି । ଆପଣଙ୍କର ସାମର୍ଥ୍ୟ ଅନୁସାରେ ବଡ଼ ଖବରକୁ ସାହାଯ୍ୟ କରନ୍ତୁ । ଓଡ଼ିଆଙ୍କ ସ୍ୱାର୍ଥ ପାଇଁ କହୁଥିବା ବଡ଼ ଖବରର ଆତ୍ମବିଶ୍ୱାସ ବଢାନ୍ତୁ, ଗଣତନ୍ତ୍ରକୁ ମଜଭୁତ କରାନ୍ତୁ । କଥା ଦେଉଛୁ,ବଡ଼ ଖବର ବଜାରରେ ବିଣାବିକାର ବସ୍ତୁ ହେବ ନାହିଁ, କି କାହା ପାଖରେ ବନ୍ଧା ପଡିବ ନାହିଁ ।
ଆକାଉଣ୍ଟ ନମ୍ବର-୫୦୨୦୦୦୫୫୯୦୦୦୯୯, ଆଇଏଫସି କୋର୍ଡ-ଏଚ୍ଡିଏଫସି୦୦୦୧୨୫୨ରେ ବଡ଼ ଖବରକୁ ସାହାଯ୍ୟ କରିପାରିବେ । ମୋବାଇଲ୍ ନମ୍ବର ୬୩୭୦୭୦୧୨୦୧ ସହ ମଧ୍ୟ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.