Before Header

ବିଜେପି, ବିଜେଡି ସହ ଲଢିବାକୁ ୮ ଦଳ ସହ ମେଣ୍ଟ କଲା କଂଗ୍ରେସ

0 72

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ବଳ ଗୋଟାଉଛି ରାଜ୍ୟ କଂଗ୍ରେସ । ମଜଭୁତ ପାଇଁ ଗୋଟିଏ ପରେ ଗୋଟିଏ ଦଳକୁ କରୁଛି ଏକତ୍ରିତ । ଉଭୟ ସରକାରଙ୍କୁ ଦେବ ଚେକ୍ । ରାଜ୍ୟ କଂଗ୍ରେସ ହାତ ମୁଠାକୁ ଟାଣ କରିଛନ୍ତି ଅନ୍ୟ ୯ ଦଳ । ସେପଟେ ବିଜେଡି ଓ ବିଜେପି କରିଛନ୍ତି କାଉଂଟର । ଏଥର ଉଠିବ ରାଜ୍ୟ କଂଗ୍ରେସ । ବଳ ଗୋଟାଉଛି ହାତ ଦଳ । ଏକତ୍ରିତ ହେଉଛନ୍ତି ଗୋଟିଏ ପରେ ଗୋଟିଏ ପାର୍ଟି । ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ ହାତ ସହିତ ହାତ ମିଳାଇଛନ୍ତି ରାଜ୍ୟର ୯ ଦଳ । ହେବ ଏକତାର ଲଢେଇ । ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ହେବ ଜନବିରୋଧୀ ଆନେ୍ଦାଳନ । ଉଭୟ ସରକାରଙ୍କୁ କ୍ଷମତାଚୁ୍ୟତ କରିବା ପାଇଁ ତିଆରି ହେବ ଖସଡ଼ା ।

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ରାଜନୈତିକ ସମ୍ମିଳନୀ ଆୟୋଜନ କରାଯିବ । ଓଡ଼ିଶାରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ପ୍ରବାସ ଦୁର୍ନୀତି, କୃଷି ଓ କୃଷକ ସମସ୍ୟା, ବେକାରୀ, ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । କଂଗ୍ରେସକୁ ସହଯୋଗ କରିଛନ୍ତି ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ୍, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଆଇ, ଆପ୍ ଯୋଗ ଦେଇ କଂଗ୍ରେସର ହାତ ମୁଠାକୁ ଟାଣ କରିବା ପାଇଁ କରିଛନ୍ତି ରଣନୀତି । ସେପଟେ କେନ୍ଦ୍ରରେ କଂଗ୍ରେସ ୨୬ ଦଳକୁ ନେଇ ମୋଦି ବିରୋଧରେ ଲଢେଇ କରିବା ପାଇଁ ଆରମ୍ଭ କରିଦେଇଛନ୍ତି ରଣନୀତି । ଏପଟେ ରାଜ୍ୟ କଂଗ୍ରେସ ମଧ୍ୟ ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ଚଳାଇଛି ପ୍ରୟାସ ।

ସେପଟେ ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ରାଜ୍ୟ କଂଗ୍ରେସ ସର୍ବଦଳୀୟ ବୈଠକ କଲେ ମଧ୍ୟ କିଛି ଫରକ୍ ପଡ଼ିବ ନାହିଁ । ଓଡ଼ିଶରେ ନବୀନ କ୍ରେଜ୍ ଚାଲିଛି । ବିଜେଡି ଆଗରେ ବିରୋଧୀଙ୍କ ମେଳି କାମ ଦେବନାହିଁ । ସେପଟେ ବିଜେପି କହିଛି ଯେ କଂଗ୍ରେସ ପ୍ରଥମେ ନିଜ ଘର କଥା ବୁଝୁ । ତା’ପରେ ଅନ୍ୟ ବିରୋଧରେ ଏକାଠି ମେଳି ବାନ୍ଧିବ । ନିଜ ନେତା ପଳେଇଲେଣି ଅନ୍ୟ ନେତାଙ୍କୁ ଏକତ୍ରିତ କରୁଛି କଂଗ୍ରେସ । ଏଭଳି କହି କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର । ସମୟ କହିବ ଦିଲ୍ଲୀ ଓ ରାଜ୍ୟ କଂଗ୍ରେସର ଏ କସରତ କେତେ ସଫଳ ହେଉଛି ।

Leave A Reply

Your email address will not be published.