Masthead

କରୋନା ଭାଙ୍ଗିଲା ୭୪ବର୍ଷର ପରମ୍ପରା

ରାଜକନିକା (ବଡ଼ ଖବର ବ୍ୟୁରୋ): ରାଜକନିକା ଓଲାଭରର ପ୍ରଖ୍ୟାତ ଠାକୁରାଣୀ ମା’ଶ୍ୟାମାକାଳୀ । ଓଲାଭର କାଳୀ ପଡିଆରେ ଦୀର୍ଘ ୭୪ବର୍ଷ ଧରି ପୂଜା ପାଇଆସୁଛନ୍ତି ମା’। କୁହାଯାଏ ୭୪ବର୍ଷ ତଳେ ଏହି ସ୍ଥାନରେ ଏକ ସ୍ମଶାନ ଥିଲା । ଲକ୍ଷେ ମୁଣ୍ଡ ପୂରିବା ପରେ ମା’ ସ୍ୱପ୍ନାଦେଶ କରି ଏହି ସ୍ଥାନରେ ପ୍ରକଟ ହୋଇଥିଲେ। ଭାରତ ବର୍ଷରେ ଯେତେବେଳେ ହିନ୍ଦୁ-ମୁସଲିମ ସାଂପ୍ରଦାୟକତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳେ ଓଲାଭର ଅଞ୍ଚଳର ହିନ୍ଦୁ-ମୁସଲିମ ମିଳିତ ହୋଇ ଏହି ପୂଜା ଆରମ୍ଭ କରିଥିଲେ । ଯୁବକ ସଙ୍ଘର ପ୍ରଥମ ସଭାପତି ଭାବରେ ଦାୟିତ୍ୱ ନେଇଥିଲେ ମୁସଲମାନ ସମ୍ପ୍ରଦାୟର ଯୁବକ ସେକ କରାମତ ଅଲ୍ଲୀ । ଏହି ବାର୍ତ୍ତା ସମଗ୍ର ଓଡିଶା ଓ ଭାରତ ବର୍ଷକୁ ଭାଇଚାରାର ଏକ ନିଚ୍ଛକ ଉଦାହରଣ ଦେଇଥିଲା । ତେବେ ପ୍ରଥମେ ମାଟିମୂର୍ତ୍ତି ଓ ସମୟ କ୍ରମେ ମା’ଙ୍କର ପଥର ମୂର୍ତ୍ତି ସ୍ଥାପନ କରାଗଲା । ତେବେ କାଳକ୍ରମେ ପ୍ରଥମେ ପାଲା, ଦାସକାଠିଆ ଓ କ୍ରମେ ମୁକ୍ତାକାଶ ଯାତ୍ରାମଞ୍ଚ ପରିବେଷଣ କରାଗଲା ।

ତତ୍କାଳୀନ ଅଭିଭକ୍ତ କଟକ ଜିଲ୍ଲା ସମୟରୁ କେନ୍ଦ୍ରାପଡା ବିଭାଜନ ପରେ ମଧ୍ୟ ଏହି ପୂଜାରେ ପନ୍ଦର ଦିନଧରି ମୁକ୍ତାକାଶ ଯାତ୍ରା, ପାଲା, ଦାସ କାଠିଆ, ଓଡିଶୀ ନାଚ ସାଙ୍ଗକୁ ମିନାବଜାର, ସିନେମା ଆଦି ବିଭିନ୍ନ ମନୋରଂଜନ କାର୍ୟ୍ୟକ୍ରମ କରାଯାଏ । ଏହି ପୂଜାରେ ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ପାରାଦୀପ ଅଞ୍ଚଳର ବ୍ୟବସାୟୀ ନିଜର ବେପାର ପସରା ମେଲାଇ ଦୁଇପଇସା ରୋଜଗାର କରିବାକୁ ଧାଇଁ ଆସିଥାନ୍ତି । କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ବା ଦ୍ୱିତୀୟ ବାଲିଯାତ୍ରା କୁହାଯାଉଥିବା ଓଲାଭର କାଳୀପୂଜା ଏଥର ଫିକା ପଡିଛି । ସରକାରୀ କୋଭିଡ ନିୟମକୁ ପାଳନକରି ଅନୁଷ୍ଠାନ ତା’ର ୭୪ବର୍ଷର ପରମ୍ପରା ଭାଙ୍ଗିବାକୁ ବାଧ୍ୟ ହୋଇଛି । ଆଡମ୍ବର ପରିବର୍ତ୍ତେ କେବଳ କଳସ ଯାତ୍ରାରେ ସୀମିତ ରଖିଛି । ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇ ଫାଟକ ବାହାରୁ ମା’ ଶ୍ୟାମାକାଳୀଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି