Masthead

କାଡାମ ସଫଳ ନା ବିଫଳ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାର ବଦଳଛିି, ବଦଳିନି କଂଗ୍ରେସର ସ୍ଥାନ । ଓଡ଼ିଶା ରାଜନୀତିରେ ବିରୋଧୀ ଦଳରେ ରହିଛି କଂଗ୍ରେସ । ଗୋଟିଏ ବର୍ଷରେ ଦଳ ରାଜ୍ୟବାସୀଙ୍କୁ ଦେଇଛି ଦୁଇଟିି ସିଏଲପି । ନବୀନ ସରକାରରେ ଥିଲେ ତୃତୀୟ, ମୋହନ ସରକାରରେ ରହିଲେ ବି ତୃତୀୟ । କିନ୍ତୁ ହଁ ହାତ ଦଳ ବିଧାନସଭାରେ ବଦଳିଛନ୍ତି ବିଧାୟକ ଦଳ ନେତା । ୨୪ ନିବାଚନ ପୂର୍ବରୁ ବିଜେଡି ଶାସନ ସମୟରେ କଂଗ୍ରେସ ଦଳର ନେତା ଥିଲେ ନରସିଂହ ମିଶ୍ର ଆଉ ଏବେ ବିଜେପି ସରକାର ଆରମ୍ଭରେ ଅଛନ୍ତି ରାମଚନ୍ଦ୍ର କାଡାମ । ଏହାରି ଭିତରେ ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭା । ବିଜେପି ତଥା ମୋହନ ସରକାରକୁ ସେଭଳି ଆଖି ଦୃଶୀୟା ପ୍ରଶ୍ନ କରି କରିପାରୁନାହାନ୍ତି ଟାର୍ଗେଟ । ଯାହା ପାଇଁ ଏବେ ଚାରିଆଡେ ଏଆଇସିସିର ନିଷ୍ପତ୍ତି ଉପରେ ଉଠିଲାଣି ପ୍ରଶ୍ନ ? କାହିଁକି ଏଭଳି ନେତାଙ୍କ ଉପରେ ଦଳ କଲା ଭରସା ? ନାଁ ଷଡଯନ୍ତ୍ର ରହିଛି ? ଏ ପ୍ରଶ୍ନ ବି ଉଠିବା ସ୍ୱାଭାବିକ । ଯେତେ ବେଳେ ଦଳର ସ୍ଥିତି ଓଡ଼ିଶାରେ ଭଲ ନାହିଁ ସେଠି କାହିଁକିି ଏମିତି ନେତା ଚୟନ ? ଦଳରେ ତାରାଙ୍କ ଭଳି ଜଣେ ତୁଙ୍ଗ ନେତା ଥାଉ ଥାଉ କାହିଁକି କାଡାମଙ୍କୁୁ ବଛାଗଲା ? ରାଜ୍ୟବାସୀ ବିରୋଧୀ ଦଳ ଠାରୁ ଅନେକ ଆଶା ରଖିଥାନ୍ତି ।

ହେଲେ ପ୍ରଥମ ଅଧିବେଶନରେ କଂଗ୍ରେସ ସେମିତି କିଛି କରିପାରିଲା ଭଳି ଦେଖାଗଲା ନାହିଁ । ନରସିଂହ ମିଶ୍ରଙ୍କ ସମୟରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ କାଠଗଡାରେ ଠିଆ କରି କରିଚାଲୁଥିଲେ ପ୍ରଶ୍ନ ? ଯାହା ପାଇଁ ଅକଳରେ ପଡିଯାଉଥିଲେ ସରକାର । ଆଉ ନିଜେ ନଜିରକୁ ଆସିବା ସହ ଦଳକୁ ବଳ ଯୋଗାଉଥିଲେ । ହେଲେ କାଡାମଙ୍କୁ ନେଇ ଦଳ ଯେଉଁ ପ୍ରଦର୍ଶନ ଦଳ ଆଶା କରିଥିଲା ତାହା ପ୍ରଥମ ଅଧିବେଶନରେ ହୋଇପାରିନାହିଁ । ଅବଶ୍ୟ ପ୍ରଥମ ଥର କଂଗ୍ରେସ ବିଧାୟକ ଦଳ ହୋଇଥିବାରୁ ବୋଧେ କାଡାମଙ୍କୁ ରାଜନୈତିକ ଭାଷାରେ ମାଫ୍ କରାଯାଇପାରେ । ଏବେ ଚିନ୍ତା ଯେ ବିଧାନସଭାରେ କଂଗ୍ରେସ ଦଳର ଅନ୍ୟ ସଦସ୍ୟମାନେ କରିବେ କ’ଣ? ଯାହାକୁ ନେଇ ଚିନ୍ତାରେ କହିଲେ ଚଳେ । କାହିଁକି ନାଁ ବିଧାୟକ ଦଳର ନେତାଙ୍କ ଇଙ୍ଗିତରେ ଗୃହରେ ନିଜର ପ୍ରଦର୍ଶନ ଦେଖାନ୍ତି ଅନ୍ୟ ବିଧାୟକ । ଖାଲି ସେତିକି ନୁହେଁ ଦଳୀୟ ନେତାଙ୍କୁ ମଧ୍ୟ ଗୃହରେ ମିଳେ ଭରପୁର ସୁଯୋଗ । ହେଲେ ତାହାକୁ ବି ହାତ ଛଡା କଲାପରି ମନେହେଉଛି । ସମୟ ଅଧିକ ମିଳୁଥିଲେ ବି ପ୍ରସଙ୍ଗ ବିହିନ ହେଲା ପରି ଲାଗୁଛନ୍ତି କାଡାମ ବାବୁ । ଯଦିଓ ମୋହନଙ୍କ ପ୍ରଥମ ଅଧିବେଶନର ଦ୍ୱିତୀୟ ଫେଜ ଅଗଷ୍ଟ ୨୦ରେ ପୁଣି ଚାଲିବାକୁ ଯାଉଛି ସେହି କାଡାମ ସାହେବ କ’ଣ କରୁଛନ୍ତି ତାହା ଦେଖିବାର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ