Masthead

‘ଜନସାଧାରଣଙ୍କ ସହ ଛଳଣାର ଖେଳ ଖେଳୁଛନ୍ତି ବିଜେପି ଓ ବିଜେଡ’

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ କଟୁଛି ଘନ ଘନ ଲାଇନ । ସାମ୍ନାକୁ ଆସିଲା କଂଗ୍ରେସ । ପ୍ରେସମିଟ କରି ବର୍ଷିଲେ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପୂର୍ବତ୍ତନ ମନ୍ତ୍ରୀ ଗଶେଶ୍ୱର ବେହରା । କଂଗ୍ରେସ ନିଶାନାରେ ଓଡ଼ିଶା ସରକାର । ବିଜୁଳି ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୯ ତରିଖରେ ଗ୍ରିଡକୋ ଅଫିସ ଘେରାଉ କରିବ ବୋଲି କହିଛି କଂଗ୍ରେସ । ପରେ ସମସ୍ତ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ଓଡ଼ିଶାର ଜନସାଧାରଣଙ୍କ ସହ ଛଳଣାର ଖେଳ ଖେଳୁଛନ୍ତି ଉଭୟ ବିଜେପି ଓ ବିଜେଡି । ବିଜେପି ଓ ବିଜେଡି ପ୍ରତିଯୋଗିତା କରୁଛନ୍ତି ଲୋକଙ୍କୁ ହଇରାଣ କରିବାକୁ। ବିଜେଡି ଗ୍ୟାସ ପାଇଁ ଓ ବିଜେପି ବିଦ୍ୟୁତ୍ କଥା କହି ଖେଳ ଖେଳୁଛନ୍ତି।

୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡିବାକୁ ଦେଇଛନ୍ତି। ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି। ଆଉ ୧୫ ହଜାର କୋଟି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପୁରୁଣା ଭିତ୍ତିଭୂମିରେ ଚାଲିଛି ସେବା। ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ସ୍ଥିତି ସୁଧୁରି ଥାଆନ୍ତା। ଗ୍ରାମାଞ୍ଚଳରେ ସ୍ଥିତି ଅସମ୍ଭାଳ। ଶ୍ୱେତପତ୍ର ଦିଅନ୍ତୁ ସରକାର। କଣ ଖର୍ଚ୍ଚ କରିଛନ୍ତି। ଟାଟା ନେବା ପୂର୍ବରୁ ବକେୟା ଅର୍ଥ ଆଦାୟ ପାଇଁ ଚାପ ପ୍ରୟୋଗ କରାଯାଉଛି। ଲାଇନ୍ କାଟିବାକୁ ଧମକ ଦିଆଯାଉଛି। ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି। ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ। ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତ କରୁଛନ୍ତି। ୨୦୦୦ ମସିହାରୁ ୪୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଭିତ୍ତିଭୂମି ସୁଦୃଢ଼ ହୋଇନାହିଁ। ଉଭୟ ଦଳ ପ୍ରହସନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ