Masthead

କମେଣ୍ଟର ଜବାବ୍ ଦେଲେ ରିତେଶ ଓ ଜେନେଲିଆ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ସବୁଠାରୁ ଷ୍ଟ୍ରଙ୍ଗ୍ ଆଣ୍ଡ୍ ପପୁଲାର ଯୋଡି ହେଉଛି ରିତେଶ ଦେଶମୁଖ ଏବଂ ଜେନେଲିଆଙ୍କ ଯୋଡି । ରିଲ୍ ଲାଇଫ ପରେ ନିଜ ରିୟଲ ଲାଇଫରେ ବି ଦୁହେଁ ସବୁବେଳେ ଖୁସି ନଜର ଆସନ୍ତି । ସୋସିଆଲ ମିଡିଆରେ ଦୁହେଁ ଖୁବ୍ ଆକ୍ଟିଭ୍ ରୁହନ୍ତି । ଏବଂ ସବୁବେଳେ ନିଜ ଲାଇଫ୍ ର କିଛି ମଜାଳିଆ ମୁମେଣ୍ଟକୁ ସେମାନେ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ତେବେ ରିତେଶ ଆଣ୍ଡ୍ ଜେନେଲିଆଙ୍କର ସବୁ ଭିଡିଓକୁ ଅନେକ ଦର୍ଶକ ପସନ୍ଦ କରୁଥିବା ବେଳେ କିଛି ୟୁଜର୍ସ ସେହି ଭିଡିଓ ଗୁଡିକୁ ନେଇ ଦୁହିଁଙ୍କୁ ଟ୍ରୋଲ କରନ୍ତି ।

ନିକଟରେ ଏହି ଷ୍ଟାର କପଲ ପହଞ୍ଚିଥିଲେ ଅରବାଜ୍ ଖାନଙ୍କ ଚାଟ୍ ଶୋ’ରେ । ଏଠାରେ ଅରବାଜ୍ ତାଙ୍କୁ କିଛି ଟ୍ରୋଲିଂ କମେଣ୍ଟ ପଢି ଶୁଣାଇଥିଲେ । କିଛି ୟୁଜର୍ସ ଜେନେଲିଆଙ୍କୁ ଓଭର ଆକ୍ଟିଂର ଦୋକାନ କହୁଥିବା ବେଳେ ଆଉ କିଛି ଏଭଳି ଭିଡିଓ କରିବା ପାଇଁ ତାଙ୍କର ଆଉ ବୟସ ନାହିଁ ବୋଲି କହିଛନ୍ତି । ତେବେ ଏସବୁ କମେଣ୍ଟର ଜବାବ୍ ଜେନେଲିଆ ଓ ରିତେଶ ମଜାଳିଆ ଢଙ୍ଗରେ ଦେଇଥିଲେ । କହିବାକୁ ଗଲେ ସୋସିଆଲ ମିଡିଆରେ ଏଭଳି କମେଣ୍ଟ ଗୁଡିକୁ ରିତେଶ୍ ଖୁବ୍ ଖୁବ୍ ହାଲୁକା ଭାବରେ ନିୟନ୍ତି ବୋଲି କହିଥିଲେ ।

ରିତେଶ ଆଣ୍ଡ୍ ଜେନେଲିଆ ହେଉଛନ୍ତି ବଲିଉଡର ସ ବୁଠାରୁ କୁଲେଷ୍ଟ କପଲ ମାନଙ୍କ ମଧ୍ୟରୁ ଜଣେ । ଦୁହେଁ ଏକାଠି ଫିଲ୍ମ ‘ତୁଝେ ମେରି କସମ୍’ରେ ସ୍କ୍ରିନ୍ ସେୟାର କରିବା ପରେ ପରସ୍ପରକୁ ଡେଟ୍ କରୁଥିଲେ । ପ୍ରାୟ ୯ ବର୍ଷ ଦୁହେଁ ଡେଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କ ମ୍ୟାରେଜ ପରେ ରିଲିଜ୍ ହୋଇଥିଲା ଉଭୟଙ୍କ ସୁପରହିଟ୍ ଫିଲ୍ମ ‘ତେରେ ନାଲ୍ ଲଭ୍ ହୋ ଗୟା’ । ଯେଉଁଥିରେ ଏହି ଯୋଡିଙ୍କୁ କାଫି ପସନ୍ଦ କରିଥିଲେ ଦର୍ଶକ । ପରେ ଦୁହିଁଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ।

ହୁହେଁ ବଲିଉଡର ଏକ ଭଲ ଯୋଡି ହୋଇଥିବା ବେଳେ ଉଭୟ ଏକ ଭଲ ପ୍ୟାରେଣ୍ଟସ୍ ମଧ୍ୟ । ତେବେ ବର୍ତ୍ତମାନ ଦୁହିଁଙ୍କୁ ଆଉ ଏକାଠି ସ୍କ୍ରିନ୍ ରେ ଦେଖିବାକୁ ମିଳୁନି । ଶେଷଥର ପାଇଁ ଏକ ମରାଠୀ ଫିଲ୍ମରେ ଦୁହେଁ ଏକାଠି ନଜର ଆସିଥିଲେ । ପୁଣି କେବେ ଉଭୟ ଏକାଠି ଗୋଟିଏ ପରଦାରେ ନଜର ଆସୁଛନ୍ତିି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା