Masthead

ଚରମ ସୀମାରେ ଆଇପିଏଲ ରୋମାଞ୍ଚ: ଗୋଟିଏ ଦିନ, ୨ଟି ମ୍ୟାଚ୍, ୩ଟି ସୁପର ଓଭର

ଦୁବାଇ, (ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଯେତିକି ଆଗକୁ ବଢୁଛି ଖେଳରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି । କାଲି ଆଇପିଏଲରେ ଦୁଇଟି ମ୍ୟାଚ ଥିଲା । ପ୍ରଥମ ମ୍ୟାଚରେ କୋଲକାତା ଓ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା । ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଉଭୟ ମ୍ୟାଚରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ କୋଲକାତା ବିଜୟ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ପଞ୍ଜାବ ରୋମାଞ୍ଚକର ବିଜୟ ହାସଲ କରିଛି ।

ଦ୍ଵିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଡିକକ୍‌ଙ୍କ ୫୩ ରନ ଓ ପୋଲାର୍ଡଙ୍କ ଦ୍ରୁତ ୩୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିଥିଲା । ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଅର୍ସଦୀପ ସିଂ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରବି ବିଶ୍ନୋଇ ଓ କ୍ରିସ୍ ଜୋର୍ଦାନ୍ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

୧୭୭ ରନ ଜବାବରେ ପଞ୍ଜାବ ଅଧିନାୟକ ରାହୁଲଙ୍କ ଧୂଆଁଧାର ୭୭ ରନ ଇନିଂସ ବଳରେ ୬ ଓ୍ଵିକେଟ୍ ହରାଇ ସମାନ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ରାହୁଲ ଚହର ୩ଟି ଏବଂ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ ।

ମ୍ୟାଚ ଟାଇ ରହିବା ପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ରାହୁଲ ଓ ପୁରନ୍। ମୁମ୍ବାଇ ତରଫରୁ ବୁମରା ଉଭୟ ବ୍ୟାଟ୍ସମ୍ୟାନଙ୍କୁ ୫ରନରେ ବାନ୍ଧି ରଖିଥିଲେ । ୬ରନର ଜବାବରେ ଆସିଥିବା ରୋହିତ ଓ ଡିକକଙ୍କୁ ସାମି ତାଙ୍କ ଚମତ୍କାର ବୋଲିଂ ଦ୍ୱାରା ବନ୍ଧିରଖିଥିଲେ। ଦ୍ବିତୀୟ ଥର ଡ୍ର ହେବା ପରେ ପୁଣି ସୁପର ଓଭର ଖେଳାଯାଇଥିଲା। ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ଓ ପୋଲର୍ଡ଼ ବ୍ୟାଟିଂ ପାଇଁ ଆସିଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ପଞ୍ଜାବ ୧୧ ରନରେ ଅଟକାଇଥିଲା। ୧୨ରନର ଜବାବରେ ପଞ୍ଜାବ ଆଉ ଦୁଇଟି ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା। ଏହି ବିଜୟ ସହ ପଞ୍ଜାବ ପ୍ଲେ ଅଫ ଯିବା ଆଶା ମଧ୍ୟ ଉଜ୍ଜିବିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ