Masthead

ପରବାର ସହ ବଡ଼ ଦିନ ପାଳନ କରିବେ ସମସ୍ତ ଶ୍ରମିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରକାଶୀସ୍ଥିତ ସିଲ୍କିଆରା-ବାରକୋଟ ଟନେଲରେ ଗତ ଦୁଇ ସପ୍ତାହ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ୟ୍ୟରେ ଆଜି ପୁଣି ବଡ଼ ବାଧା ଆସିଛି। ଚଟାଣ ଫାଟି ଯାଉଥିବା ଏବଂ ଧସି ଆସୁଥିବା ଲୁହା ଓ ପଥର ପାଇଁ ଅଗର ମେସିନ ବାରମ୍ବାର ଅଚଳ ହୋଇଯାଉଥିବାରୁ ଉଦ୍ଧାରକାରୀମାନେ ଏବେ ମାନୁଆଲ ଡ୍ରିଲିଂ ପାଇଁ ବିଚାର କରୁଛନ୍ତି। ତେବେ ସୁଡଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି ।

ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇଛନ୍ତି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ ଯୋଜନା କରାଯାଇଛି । ଟନେଲ ନିକଟରେ ପହଁଚିସାରିଛି ଭର୍ଟିକାଲ ଡ୍ରିଲିଂ ମେସିନ । ଆଜି ସକାଳୁ ମେସିନ ଡ୍ରିଲିଂ ବଦଳରେ ସୁଡଙ୍ଗ ଉପରୁ ମାନୁଆଲ ଡ୍ରିଲିଂ କରାଯିବ । ଶନିବାର ଅଗର ମେସିନ ୪୮ ମିଟଟ ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଥିଲା ।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର ସିଲ୍କିୟାରା ଟନେଲ ସ୍ଥଳର ଯାଞ୍ଚ କରିବା ପରେ କହିଛନ୍ତି ଯେ ଉଦ୍ଧାର କାର୍ୟ୍ୟ ଚୂଡ଼ାନ୍ତ ପର୍ୟ୍ୟାୟରେ ଅଛି ଏବଂ ଫସି ରହିଥିବା ୪୧ ଜଣଙ୍କୁ ବାହାର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସି ମିଳିତ ଭାବେ କାର୍ୟ୍ୟ କରୁଛନ୍ତି। ଅନ୍ୟପଟେ ବିଶେଷଜ୍ଞ ଟିମ୍‌ ଏନେଇ ଏକାଧିକ ବିକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବା ବେଳେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ବରିଷ୍ଠ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ଖ୍ରୀଷ୍ଟମାସ ସୁଦ୍ଧା ଶ୍ରମିକମାନେ ଘରକୁ ନିରାପଦରେ ଫେରିବେ। ପ୍ରତ୍ୟେକ ବିକଳ୍ପ ନେଇ ଆମେ ଗମ୍ଭୀରତାର ସହ ବିଚାର କରୁଛୁ ଏବଂ ଶ୍ରମିକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ତାହା ସୁନିଶ୍ଚିତ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ