Masthead

ଦୁର୍ନୀତିଖୋର ଅଫିସର ଆପଣାଇଲେ ନୂଆ ପନ୍ଥା , ଜାଳି ଦେଲେ ୨୦ ଲକ୍ଷ

ଜୟପୁର (ବଡ଼ ଖବର ବ୍ୟୁରୋ): ଦୁର୍ନୀତିଖୋର ଅଫିସର ଆପଣାଇଲେ ନୂଆ ପନ୍ଥା। କବାଟ ବନ୍ଦ କରି ପୋଡ଼ିଛନ୍ତି ପୁଳା ପୁଳା ଟଙ୍କା । ୨୦ ଲକ୍ଷ ଟଙ୍କାକୁ ଗ୍ୟାସ ବର୍ଣ୍ଣଲ ଉପରେ ଥୋଇ ଲଗାଇଛନ୍ତି ନିଆଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହି ଜିଲ୍ଲାରେ।ସିରୋହି ଜିଲ୍ଲାର ପିଣ୍ଡ ବାରାତ ତହସିଲଦାର କଳ୍ପେଶ କୁମାର ଜୈନ ।

ଦୁର୍ନୀତି ନିବାରଣ ଟିମ ଚଢ଼ଉ କରିବା ପୂର୍ବରୁ ସେ ଘରେ ରଖିଥିବ ପ୍ରାୟ ୨୦ ଲକ୍ଷ ଟଙ୍କାକୁ ଗ୍ୟାସ ଉପରେ ରଖି ପୋଡି ଦେଇଛନ୍ତି। ତେବେ କବାଟ ଭାଙ୍ଗି ଦୁର୍ନୀତି ନିବାରଣ ଟିମ ଅଧା ପୋଡ଼ି ଯାଇଥିବା ଟଙ୍କାକୁ ଜବତ କରିବା ସହ ତହସିଲଦାର କଳ୍ପେଶ କୁମାରଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଦୁର୍ନୀତି ନିବାରଣ ଟିମ ତହସିଲଦାରଙ୍କ ଘରେ ଚଢ଼ଉ ପାଇଁ ପହଞ୍ଚିଥିଲା। କଳ୍ପେଶ ଦୁର୍ନୀତି ନିବାରଣ ଟିମ ଘରକୁ ଆସୁଥିବା ଦେଖି ହଠାତ ଘରର କବାଟ ଝରକା ସବୁ ବନ୍ଦ କରିଦେଇଥିଲେ।

ଏହାପରେ ଲାଞ୍ଚ ଟଙ୍କାକୁ ଗ୍ୟାସ ବର୍ଣ୍ଣର ଉପରେ ରଖି ନିଆଁ ଲଗାଇ ଦେଇଥିଲେ। କଳ୍ପେଶ କବାଟ ନଖୋଲିବାରୁ ଦୁର୍ନୀତି ନିବାରଣ ଟିମ କବାଟ ଭାଙ୍ଗି ଘରେ ପଶିଥିଲା। ଅଧା ଜଳା ନୋଟ ସହ ତହସିଲଦାର କଳ୍ପେଶଙ୍କୁ ଟିମ ଗିରଫ କରିଥିଲା। ଏଥିସହ ତାଙ୍କ ନିକଟରୁ ଆହୁରି ଲକ୍ଷେ ୬୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି