Masthead

୫୦୦ତମ ମ୍ୟାଚ୍‌ରେ ଶତକ କରିବାରେ ବିରାଟ କୋହଲି ପ୍ରଥମ

ପୋର୍ଟ ଅଫ୍ ସ୍ପେନ୍ (ବଡ଼ ଖବର ବ୍ୟୁରୋ):  ଭାରତ ଓ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ନୂଆ ରେକର୍ଡ । ଟେଷ୍ଟ ମ୍ୟାଚରେ ୨୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ତାଙ୍କ ୭୬ ତମ ଅନ୍ତର୍ଜାତୀୟ ଶତକ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିବା ପରେ ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଛନ୍ତି କୋହଲି । ଗତକାଲି ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ୧୨୧ ରନ କରି ଏହି ରେକର୍ଡ ହାସଲ କରିଛନ୍ତି ସେ । ଏଥି ସହ ୪୩୮ ରନର ବିଶାଳ ସ୍କୋରରେ ଭାରତର ପ୍ରଥମ ପାଳି ଶେଷ ହୋଇଛି । ସେପଟେ ଘରୋଇ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ପାଳିରେ ୧୩ ରନ କରିଛି ।

ଆଜି ତୃତୀୟ ଦିନରେ ଓ୍ବେଷ୍ଟ ଇଣ୍ଡିଜର ବ୍ୟାଟିଂ ଜାରି ରହିବ । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ଟି ୱିକେଟ ହରାଇ ୨୮୮ ରନ କରିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି ୮୭ ଓ ରବୀନ୍ଦ୍ର ଜାଡେଜା ୩୬ରନ କରି ଅପରାଜିତ ରହିଥିଲେ । ଗତକାଲି(ଶୁକ୍ରବାର) ମ୍ୟାଚ ଆରମ୍ଭ ହୋଇଥିଲା । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂରେ ଚିତପଟାଙ୍ଗ ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ ବୋଲର । କୋହଲି ୧୨୧ ରନ କରି ଜୋମେଲ ଓ୍ବାରିକାନଙ୍କ ବଲରେ ରନ ଆଉଟ ହୋଇଥିଲେ । ସେ ମୋଟ ୨୦୬ ବଲରୁ ଏହି ବିରାଟ ସ୍କୋର ହାସଲ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରବିନ୍ଦ୍ର ଜାଡେଜା ୧୫୨ଟି ବଲର ୬୧ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ