୫୦୦ତମ ମ୍ୟାଚ୍‌ରେ ଶତକ କରିବାରେ ବିରାଟ କୋହଲି ପ୍ରଥମ

ପୋର୍ଟ ଅଫ୍ ସ୍ପେନ୍ (ବଡ଼ ଖବର ବ୍ୟୁରୋ):  ଭାରତ ଓ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ନୂଆ ରେକର୍ଡ । ଟେଷ୍ଟ ମ୍ୟାଚରେ ୨୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ତାଙ୍କ ୭୬ ତମ ଅନ୍ତର୍ଜାତୀୟ ଶତକ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିବା ପରେ ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଛନ୍ତି କୋହଲି । ଗତକାଲି ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ୧୨୧ ରନ କରି ଏହି ରେକର୍ଡ ହାସଲ କରିଛନ୍ତି ସେ । ଏଥି ସହ ୪୩୮ ରନର ବିଶାଳ ସ୍କୋରରେ ଭାରତର ପ୍ରଥମ ପାଳି ଶେଷ ହୋଇଛି । ସେପଟେ ଘରୋଇ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ପାଳିରେ ୧୩ ରନ କରିଛି ।

ଆଜି ତୃତୀୟ ଦିନରେ ଓ୍ବେଷ୍ଟ ଇଣ୍ଡିଜର ବ୍ୟାଟିଂ ଜାରି ରହିବ । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ଟି ୱିକେଟ ହରାଇ ୨୮୮ ରନ କରିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି ୮୭ ଓ ରବୀନ୍ଦ୍ର ଜାଡେଜା ୩୬ରନ କରି ଅପରାଜିତ ରହିଥିଲେ । ଗତକାଲି(ଶୁକ୍ରବାର) ମ୍ୟାଚ ଆରମ୍ଭ ହୋଇଥିଲା । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂରେ ଚିତପଟାଙ୍ଗ ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ ବୋଲର । କୋହଲି ୧୨୧ ରନ କରି ଜୋମେଲ ଓ୍ବାରିକାନଙ୍କ ବଲରେ ରନ ଆଉଟ ହୋଇଥିଲେ । ସେ ମୋଟ ୨୦୬ ବଲରୁ ଏହି ବିରାଟ ସ୍କୋର ହାସଲ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରବିନ୍ଦ୍ର ଜାଡେଜା ୧୫୨ଟି ବଲର ୬୧ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’