ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ୩୮-ବାଲେଶ୍ୱର ଓ ୧୦୨ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ରାଜନୈତିକ ସ୍ଥିତି ସରଗରମ ହେଉଛି । ଦୁଇଦିନ ପୂର୍ବେ ବିଜେପି ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବିଜେଡି ବାଲେଶ୍ୱର ବିଧାନସଭା ଆସନ ପାଇଁ ସ୍ୱରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି । ସ୍ୱରୂପ ହେଉଛନ୍ତି ପୂର୍ବତନ ବାଲେଶ୍ୱର ନଗରପାଳ ସ୍ୱର୍ଗତ ଅରୂପ କୁମାର ଦାସଙ୍କ ଭାଇ । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି । ବିଜୟ ଶଙ୍କର ହେଉଛନ୍ତି ପୂର୍ବତନ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ । ସେପଟେ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବି ଜେନା ଓ ତାଙ୍କ ପତ୍ନୀଙ୍କ ନାମ ଚର୍ଚ୍ଚାରେ ରହିଥିଲା । ବିଜେପିରୁ ରଘୁ ମହାନ୍ତିଙ୍କୁ ଆଣି ଟିକେଟ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା । ବାଲେଶ୍ୱର ପାଇଁ ଅଭିନେତା ଅରିନ୍ଦମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା ।

ଏପରିକି ରବି ଜେନା ଓ ରଘୁମହାନ୍ତିଙ୍କ ନିକଟକୁ କାଳେ ନବୀନ ନିବାସରୁ କଲ ଯାଇଥିବା ଚର୍ଚ୍ଚା ଜୋର ହେଉଛି । ଅନ୍ୟପକ୍ଷରେ ଟିକେଟ ପାଇବାକୁ ଆଶା ବାନ୍ଧିଥିବା ଜେନା ପରିବାର ଆଜି ସକାଳୁ ହତୋତ୍ସାହିତ ହୋଇ ପଡ଼ିଥିଲେ । ତାଙ୍କ ବିରୋଧରେ ବିଜେଡି ନେତା ଜୀବନ ପ୍ରଦୀପ ଦାସ ଲାଗିଥିବା ଚର୍ଚ୍ଚା ହେଉଥିଲା । ଟିକେଟ ମିଳିବା ଆଶା ନ ଥିବାରୁ ଆଜି ସକାଳୁ ଜେନା ପରିବାର ବାଲେଶ୍ୱରରେ ଖୋଲିଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିବା କୁହାଯାଉଛି ।

ବାଲେଶ୍ୱର ବିଧାନସଭା ଆସନର ପ୍ରାର୍ଥୀ ପାଇଁ ଅନେକ ବାଦବିବାଦ ଥିବା ବେଳେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରି ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’