ଆଜିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ଏହି ପର୍ଯ୍ୟାୟରେ ଖର୍ଚ୍ଚଦାବି ନେଇ ଆଲୋଚନା କରାଯିବ। ଏହା ସହ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହୋଇପାରେ । ମାର୍ଚ୍ଚ ୧୦ରୁ ୨୮ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୧ ଫେବ୍ରୁଆରୀ ଯାଏଁ ଚାଲିଥିଲା । ସେପଟେ ରାଜ୍ୟର ହିତ ପାଇଁ ଚାଲେ ବିଧାନସଭା। ପ୍ରସ୍ତୁତ ହୁଏ ନୀତି , ସରକାରୀ ଯୋଜନା ଓ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୁଏ , ସରକାରଙ୍କ ଦୋଷ ଦୁର୍ବଳାକୁ ସାମନାକୁ ଆଣିବା ସହ ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉଠାନ୍ତି ବିରୋଧୀ ।

କିନ୍ତୁ ଅଧିକାଂଶ ସମୟରେ ବିଧାନସଭାରେ ନୀରବ ରହୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେବଳ ନୀରବ ରହୁଛନ୍ତି ତାହା ନୁହଁ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି । ଫାଙ୍କା ରହୁଛି ତାଙ୍କ ଚୌକି । ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଉପନେତା କେତେ ଦିନ ଉପସ୍ଥିତ ରହିଛନ୍ତି ତାହାର ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ। ଏହି ତଥ୍ୟ ଉପରେ ଟିକେ ନଜର ପକାନ୍ତୁ ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ୨୫ଟି କାର୍ୟ୍ୟଦିବସ ଥିଲା । ଏହି ୨୫ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ଟି କାର୍ୟ୍ୟ ଦିବସରେ ଉପସ୍ଥିତ ରହିଛନ୍ତି , ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୬ଦିନ ଉପସ୍ଥିତ ରହିଛନ୍ତି , ବିଡମ୍ୱନାର ବିଷୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ମାତ୍ର ଗୋଟିଏ ଦିନ ବିଧାନସଭା ଆସିଛନ୍ତି ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ବିଧାନସଭା ନଆସିପାରନ୍ତି ।

କିନ୍ତୁ ବିରୋଧୀ ଦଳର ନେତା ଓ ବିଧାୟକ ବିଧାନସଭାରେ ଶାସକ ଦଳକୁ ଘେରିଥାନ୍ତି । ହେଲେ, ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଚୌକି ଫାଙ୍କା ପଡିବା ଆଲୋଚନାର ବିଷୟ ହୋଇଛି । ବିଜେଡି ଏନେଇ ମୁହଁ ଖୋଲିନଥିବାବେଳେ ନିୟମିତ ବିଧାନସଭା ଆସିବାକୁ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଆଜି ଠାରୁ ଓଡ଼ିଶା ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି । ତେବେ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ନା ପୂର୍ବ ଭଳି ଚୌକି ପାଙ୍କା ପଡିବ ତା ଉପରେ ରହିଛି ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!