Masthead

ନକଲି କରୋନା ଔଷଧ କାରଖାନା ସିଲ, ୭ ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବଢିବାରେ ଲାଗିଛି କରୋନା ଗ୍ରାଫ । ଚିନ୍ତାରେ ଦେଶବାସୀ । କରାନାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ । ତଥାପି ଟିକାର ଅଭାବ ଦେଖାଦେଉଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନ ରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ ।

ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାର୍ଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ କୋଟଦ୍ୱାରର ଏକ ଔଷଧ ଫ୍ୟାକ୍ଟିରେ । ନକଲି ରେମଡ଼େସିଭିର ଔଷଧ ତିଆରି କରାଯାଉଥିବା ବେଳେ ଏହା ଉପରେ ଚଢାଉ କରିଛି ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ୭ ଜଣଙ୍କୁ ଗିରଫ କରିବା ସହ ୧୯୬ଟି ଇଞ୍ଜେକ୍ସନ ଜବତ କରିଛି । ଗୋଟିଏ ଇଞ୍ଜେକ୍ସନକୁ ମାଫିଆମାନେ ୨୫ ହଜାରରୁ ଅଧିକ ଟଙ୍କା ବିକ୍ରି କରୁଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ