Masthead

ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁରରେ କଙ୍ଗାରୁ କୋର୍ଟ । ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି । ସମ୍ପର୍କୀୟ ଭାଇ ଭଉଣୀ ବାହା ହେଲେ ବୋଲି ବେକରେ ଜୁଅଳେି ପକାଇ ହଳ କରାଇଲେ ଗାଁ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସମ୍ପର୍କୀୟ ଭାଇ ଓ ଭଉଣୀ ହୋଇଥିବାରୁ ଶୁଦ୍ଧି ପାଇଁ ଗାଁ ଦାଣ୍ଡରେ ହଳ କରେଇଲେ ଗ୍ରାମବାସୀ । ହେଲେ ଏଠି ଦୃଶ୍ୟ ଟିକେ ଅଲଗା କାରଣ ପୂର୍ବ ଚିତ୍ରରେ କାନ୍ଧରେ ଯୁଆଡ଼ି ପକାଇ ହଳ କରାଯାଇଥିଲା ଆଉ ଏବେ ସ୍ବାମୀ ଆଗେ ଆଗେ ଗଲା ବେଳକୁ ସ୍ତ୍ରୀ ପଛେ ପଛେ ଯାଇ ହଳ କରୁଛି ।

ହଳ କରିବା କାରଣ ହେଲା ମାଟି ମାଆ କୁ କ୍ଷମା ମାଗିବା, ନିଜକୁ ଶୁଦ୍ଧି କରିବା । ସେମାନେ ବାହା ହେବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ଏମିତି କଡ଼ା ଶାସ୍ତି ଦିଆଯାଇଛି ।  ଗତ ମାସରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ଏଭଳି ଏକ ଖବର ଆସିଥିଲା। ଦୁଇଜଣ ସମ୍ପର୍କରେ ଦାଦା ଝିଆରୀ ହୋଇଥିବା ବେଳେ ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଯାହାକୁ ନେଇ ଦାଦା ଓ ଝିଆରୀଙ୍କ କାନ୍ଧରେ ଜୁଆଳି ପକାଇ ହଳ ବୁଲାଇଥିଲେ ଗାଁ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ