Masthead

ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ସାହାରା ପାଲଟିଛି ଭଡା ପାନ ଦୋକାନ

ବିଂଝାରପୁର(ବଡ଼ ଖବର ବ୍ୟୁରୋ): ଧନେଶ୍ୱର ସେଠି ଘର ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତରେ । ପିଲାଟି ଦିନରୁ ବାପାଙ୍କୁ ହରାଇ ଧନେଶ୍ୱର ପାଲଟି ଯାଇଥିଲେ ଦିନ ମଜୁରୀଆ, ମୂଲ ଲାଗି ପିଲାଟି ବେଳୁ ଚଳାଇ ଆସୁଥିଲେ ନିଜର ପରିବାର । କିନ୍ତୁ ସେତିକି ଦୁଃଖ ତାଙ୍କ ପାଇଁ ଯଥେଷ୍ଟ ନଥିଲା ପ୍ରାୟ ୨୨ ବୟସରେ ଭଗବାନ ତାଙ୍କୁ ବନାଇଦେଇଥିଲେ ଦିବ୍ୟାଙ୍ଗ । ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣରୂପେ ଅଚଳ ହୋଇଗଲା ତେଣୁ ତାଙ୍କ ପରିବାର ଲୋକ ବି ତାଙ୍କୁ ଘରୁ ବାହାର କରିଦେଲେ ଜ୍ଝ ଶେଷରେ ସେ ଆଉ କିଛି ଉପାୟ ନ ପାଇ ଘର ଛାଡିବାକୁ ବାଧ୍ୟ୍ୟ ହେଲେ । ମୁଣ୍ଡରେ ପଡିଲା ଚଡକ, କେମିତି ବଞ୍ଚାଇବେ ଚାରି ପ୍ରାଣୀଙ୍କୁ କାମ ଧନ୍ଦା ତ ଆଉ କରିପାରିବେ ନାହିଁ ଶେଷରେ ବାଳମକୁଳି ଯଜ୍ଞ ପଡିଆ ନିକଟରେ ଗୋଟିଏ ଛୋଟିଆ କେବିନଟିଏ ଭଡ଼ା ନେଇ ପାନ ଦୋକାନ ଟିଏ କଲେ । କିନ୍ତୁ ଭାଗ୍ୟ ତ ସାଜିଛି ଦାଉ ସେ ଦୋକାନ ଟି ବି ବର୍ତମାନ ଚାଲୁ ନାହିଁ କୋଉ ଦିନ ରୋଜଗାର ହେଉଛି ତ କେଉଁଦିନ ନାହିଁ ଜ୍ଝ ଏଭଳି ପରିସ୍ଥିତିରେ ସେ ଘର ଭଡ଼ା ବି ଦେଇ ପାରୁନାହାନ୍ତି । କୋଉଠୁ ବା ଆଣିକି ଦେବେ ଦୋକାନଟିରୁ ଯାହା ମିଳୁଛି ଚାରି କୁଟୁମ୍ବଙ୍କ ପେଟ କୁ ନିଅଣ୍ଟ ଓଳିଏ ଖାଇଲେ ଓଳିଏ ଓପାସ, ସେ ଜଣେ ଭୂମିହୀନ ହୋଇଥିବାରୁ ତାଙ୍କୁ ଖଣ୍ଡିଏ ଘର ମିଳିପାରୁନାହିଁ । ତେଣୁ ସେ ସରକାରଙ୍କୁ ଖଣ୍ଡିଏ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏ ବିଷୟ ନେଇ ଆମେ ସ୍ଥାନୀୟ ତହସିଲଦାରଙ୍କ କହିବା ଅନୁଯାୟୀ, ଆମେ ତଦନ୍ତ କରିବୁ ଯଦି ସେ ପ୍ରକୃତ ଯୋଗ୍ୟ ବିବେଚିତ ହୁଅନ୍ତି ସରକାରଙ୍କ ତରଫ ରୁ ଯାହା ସୁବିଧା ହୋଇପାରିବ ଆମେ ଦେବାକୁ ଚେଷ୍ଟା କରିବୁ । ଏଭଳି ପରିସ୍ଥିତିରେ ଜାଣିବାକୁ ବାକିରହିଲା କେବେ ଧନେଶ୍ୱରଙ୍କୁ ସମସ୍ତ ସୁବିଧା ମିଳିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ