Masthead

କୋଭିଡ୍ ନିୟମ ଭାଙ୍ଗି ଚାଲିଥିଲା ନାଚ, ଧରିଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ କମିସନରେଟ୍ ପୋଲିସ ରାଜଧାନୀର ୪ଟି ବାରକୁ ସିଲ୍ କରିବା ସହ ୩୨ ହଜାର ଟଙ୍କା ଆଦାୟ କରିଛି । ଗତ କାଲି ରାତି ସାଢେ ୯ଟାରୁ ଆରମ୍ଭ ହୋଇଥିବା ଚଢଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ବାର୍ ଗୁଡିକରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବାନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପୋଲିସ ଅତର୍କିତ ଚଢାଉ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ୩ଟି ଜୋନ ଏସିପିଙ୍କୁ ନେଇ ୩ଟି ଟିମ୍ ଗଠନ କରିଥିଲେ । ଏସିପିଙ୍କ ନେତୃତ୍ୱରେ ୧୫ ଅଫିସର, ୫ ପ୍ଲାଟୁନ ଫୋର୍ସ ରାତିରେ ଚଢାଉ ଆରମ୍ଭ କରିଥିଲେ । ବାର୍ ଭିତରେ ସାମିଜକ ଦୂରତା ନଥିବା କିମ୍ବା ମୁହଁରେ ମାସ୍କ ପିନ୍ଧି ନଥିବା ଅବସ୍ଥାରେ ପାଖାପାଖି ୩୦ରୁ ଅଧିକ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଏହାସହ ବାର୍ ମାଲିକ ଓ ପରିଚାଳକଙ୍କଠାରୁ ତଣ୍ଡ ଆଦାୟ କରି କଡା ତାଗିଦ୍ କରିଛି କମିସନରେଟ୍ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ