Masthead

ଭିତରକନିକାରେ କମୁଛି କୁମ୍ଭୀର ବସା

ରାଜନଗର (ବଡ଼ ଖବର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ କମୁଛି କୁମ୍ଭୀର ବସା । କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଏହି ସୂଚନା ମିଳିଛି । ବାତ୍ୟା ୟାଶ ପ୍ରଭାବରେ କୁମ୍ଭୀର ବସା ସଂଖ୍ୟା କମିଥିବା ବନବିଭାଗ କହିଛି । ଚଳିତବର୍ଷ ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ବନଖଣ୍ଡରେ ମୋଟ ୮୪ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦,ମହାକାଳପଡାରେ ୨,ଗହିରମଥାରେ ୨ ଓ କନିକା ରେଞ୍ଜରେ ସର୍ବାଧିକ ୭୦ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୯ଟି ବସା କମ ଚିହ୍ନଟ ହୋଇଛି । ଗତ ବର୍ଷ ୧୦୩ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୮୪ଟି ବସା ଚିହ୍ନଟ ହୋଇଛି ।


ଏପ୍ରିଲ ମାସ ଆରମ୍ଭରୁ କୁମ୍ଭୀରମାନଙ୍କର ମିଳନ ପର୍ବ ଆରମ୍ଭ ହୋଇଥାଏ । ପରେ ମା କୁମ୍ଭୀର ହେନ୍ତାଳ,ନାଳୀଆ ଓ ଖରଖରୀ ପତ୍ରରେ ଜୁଆର ମାଡୁନଥିବା ସ୍ଥାନରେ ବସା ବାନ୍ଧିଥାଏ । ମା କୁମ୍ଭୀର ଅଣ୍ଡାଦେବା ପରେ ଛୁଆ ଫୁଟିବା ପର୍ୟ୍ୟନ୍ତ ବସାକୁ ଯଗି ରହିଥାଏ । ଚଳିତବର୍ଷ ମେ ମାସର ଶେଷ ସପ୍ତାହରେ ବାତ୍ୟା ୟାସ ଉପକୂଳ ଓଡିଶାରେ ତାଣ୍ଡବ ରଚିଥିଲା । ବାତ୍ୟା ୟାସ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସିବାରୁ ନଦୀ ପଠାଗୁଡିକ ବୁଡି ରହିଥିଲା । ଉଚ୍ଚ ଜୁଆର ଯୋଗୁ କୁମ୍ଭୀର ବସା ଗୁଡିକ ନଷ୍ଟ ହୋଇଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୯୭୫ ମସିହାରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାଣୀ ତାଲିକାରେ ଆସିବା ପରେ ମିଳିତ ଜାତିସଂଘ ସହଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଥମ ବଉଳା କୁମ୍ଭୀର ଚାଷ ପ୍ରକଳ୍ପ କେନ୍ଦ୍ରାପଡାର ରାଜନଗର ଡାଙ୍ଗମାଳ ଠାରେ ଆରମ୍ଭ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ