Masthead

ଧୋଇହୋଇଯାଇଛି କୋଟିକୋଟି ଟଙ୍କାର ପ୍ରକଳ୍ପ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ); ଉଦୟପୁର-ତାଳସାରି ମେରାଇନ ଡ୍ରାଇଭର ପଥର ବନ୍ଧ କାର୍ଯ୍ୟ ନିମ୍ନ ମାନର ଚାଲିଛି । ଅଢେଇ କି.ମି ପଥର ବନ୍ଧରେ ୧୦୦ରୁ ଅଧିକ ଘାଇ ହୋଇଛି । ଧୋଇ ହୋଇଯାଇଛି କୋଟିକୋଟି ଟଙ୍କାର କାମ । ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କାର ପ୍ରକଳ୍ପ ଅର୍ଥକୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟ ଚାଲିଛି । ପ୍ରାୟ ଦଶବର୍ଷ ଧରି କାର୍ଯ୍ୟ ଚାଳିଥିଲେ ମଧ୍ୟ ଏଯାଏଁ ସରିପାରୁନି ବନ୍ଧକାର୍ଯ୍ୟ । ଚାଲିଥିବା ପଥର ବନ୍ଧ କାର୍ଯ୍ୟରେ ଠିକାଦାର ଏମିତି ଭାଗ ମାପ ଦେଇ କାର‌୍ୟ୍ୟ କରୁଛନ୍ତି ଯେ ସାମାନ୍ୟ ବର୍ଷା ହେଲେ ପଥର ବନ୍ଧ ଧୋଇ ସିଧା ସମୁଦ୍ରରେ ମିଶୁଛି ।

ସବୁ ଠାରୁ ବଡ଼ କଥାଯେ ମାତ୍ର ୨କିମି ୭ଶହ ମିଟର ପଥର ବନ୍ଧ କାର୍ଯ୍ୟକୁ ଯଦି ଠିକାଦାର ଜଣକ ୧୦ ବର୍ଷ ଲଗାନ୍ତି ଆଉ ବାରମ୍ବାର ପଥର ବନ୍ଧ ଭାଙ୍ଗୁଛି ତେବେ ଏଥିରୁ ହିଁ ସ୍ପଷ୍ଟ ଚିତ୍ର ବାରି ହେଉଛି ଯେ କେତେ ଉନ୍ନତ ମାନର କାର‌୍ୟ୍ୟ ଚାଲିଛି ପଥର ବନ୍ଧ  କାର୍ଯ୍ୟ । ଏହିକାର୍ଯ୍ୟର ଶିଳାନ୍ୟାସ ଖୋଦ୍ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସନ୍ତୋଷ କୁମାର ଜେନା ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନନେଇ ଚୁପ୍ ବସିଛନ୍ତି ଜିଲ୍ଲା ଜଳ ସମ୍ପଦ କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ