Masthead

ଭୋଟିଂ ବେଳେ ବସ୍ତରରେ ବିସ୍ଫୋରଣ

ଛତିିଶଗଡ଼ (ବଡ଼ ଖବର ବ୍ୟୁରୋ): ଛତିଶଗଡରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବସ୍ତର ଆସନ ପାଇଁ ମତଦାନ ଚାଲିଛି । ନିର୍ବାଚନ ଡ୍ୟୁଟି ସମୟରେ ଏଠାରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ଆଇଇଡି ବିସ୍ଫୋରଣରେ ସିଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ଏହାପୂର୍ବରୁ, ପୋଲିଂ ବୁଥ ଠାରୁ ୫୦୦ ମିଟର ଦୂରରେ ୟୁବିଜିଏଲର ସେଲ୍ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଡ୍ୟୁଟିରେ ଥିବା ସିଆରପିଏଫ ଯବାନ ଆହତ ହୋଇଥିଲେ ।

ସୂଚନାନୁସାରେ, ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ହିଂସା ମଧ୍ୟରେ ବିଜାପୁରର ଭୌରମଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ଆଇଇଡି ବିସ୍ଫୋରଣରେ ଶିକାର ହେବା ପରେ ସିଆରପିଏଫ ଯବାନ ମନୁ ଏଚସି ଆହତ ହୋଇଛନ୍ତି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବାମ ଗୋଡ ଏବଂ ବାମ ହାତରେ ଆଘାତ ଲାଗିଛି । ସେପଟେ ମଣିପୁରରେ ମଧ୍ୟ ହିଂସା ଦେଖାଦେଇଛି । ଏଠାରେ ମତଦାନ ଚାଲିଥିବାବେଳେ ଏକ ବୁଥ ବାହାରେ ଗୁଳିମାଡ ହୋଇଥିବା ଖବର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍