Masthead

ବିସ୍ଥାପିତ ପରିବାରଙ୍କୁ ଥଇଥାନ ଦାବିରେ ହିନ୍ଦୁଃସେନାର ସିଏସି ସମ୍ମୁଖରେ ଧାରଣା 

କଟକ (ବଡ଼ ଖବର ବ୍ୟୁରୋ):  ଖରାପ୍ ହେଲା କଟକ ମହାନଗର ନିଗମର ଛବି । ପାଣିର ଗାର ପାଲଟିଲା ପ୍ରତିଶ୍ରୁତି । ଦୀର୍ଘ ଦଶ ଦିନ ବିତିଯାଇଥିଲେ ସୁଦ୍ଧା ସ୍ଥାୟୀ ବସବାସ ପାଇଁ ମିଳିଲାନି ଜାଗା । ଏବେ ଚାରି ପରିବାରଙ୍କ ନୂତନ ଠିକଣା ପାଲଟିଲା କଟକ ମହାନଗର ନିଗମ ଫାଟକ ସମ୍ମୁଖ । ସୂଚନା ମୁତାବକ, କଟକ ମେରିଆ ବଜାର ଅଞ୍ଚଳରେ ବାସ କରୁଥିବା ଚାରି ପରିବାରଙ୍କୁ ବିନା ନୋଟିସରେ ତରବରିଆ ଭାବେ କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ କରାଯିବା ପରେ ମୁକ୍ତାକାଶ ତଳେ ବିତୁଥିଲା ଜୀବନ ।

ଏବଂ ଏହି ଘଟଣାରେ ଗତ ମାର୍ଚ୍ଚ ୬ ତାରିଖରେ କ୍ଷତିଗ୍ରସ୍ତ ପରିବାର ଓ ହିନ୍ଦୁ ସେନା ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଉପଯୁକ୍ତ କ୍ଷତିପୂରଣ ଦାବି କରଯାଇଥିଲା । ଆଉ ସାତ ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଦଶ ଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଥଇଥାନ ହୋଇପାରିଲେନି ଏହି ଚାରି ପରିବାର । ଯେଉଁଥିପାଇଁ ଅନିର୍ଦ୍ଧିଷ୍ଟ  କାଳ ପାଇଁ ନିଜର ଆସବାପତ୍ର ଧରି ଧାରଣାରେ ବସିଲେ ହିନ୍ଦୁସେନାର କର୍ମକର୍ତ୍ତାଙ୍କ ସହ କ୍ଷତିଗ୍ରସ୍ତ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଆଗକୁ ବଢ଼ିପାରେ ତାତି 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା