Masthead

କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ଜିତିଲା ମୋଦି ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକ ସଭାରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ବିରୋଧୀ କହିଛନ୍ତି ଯେ, ପ୍ରାୟ ଦୁଇ ଘଣ୍ଟା କଥା ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ବିଷୟରେ ଉଲ୍ଲେଖ କରିନାହାଁନ୍ତି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଭାଷଣର ଶେଷ ଭାଗରେ ମଣିପୁର ଉପରେ ବିସ୍ତୃତ ବିବରଣୀ ଦେଇଛନ୍ତି। ବିରୋଧୀ ଅଭିଯୋଗ ଆଣିଛନ୍ତି, ପ୍ରାୟ ଦୁଇଘଣ୍ଟାର ଭାଷଣରେ ମୋଦି ମଣିପୁର କଥା କହିନଥିଲେ । ‌

ତେବେ ୧୪୦ ମିନିଟ୍ ଧରି ଦେଇଥିବା ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଅଧିକାଂଶ ସମୟ ବିରୋଧୀଙ୍କୁ ଟା‌ର୍ଗେଟ୍‌ କରିବାରେ ନିୟୋଜିତ କରିଥିଲେ। ଏବେ ମଣିପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ପୂର୍ବରୁ ଥିବା କଂଗ୍ରେସ ସରକାରକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସରକାର ଉତ୍ତର ପୂର୍ବାଞ୍ଚଳର ରାଜ୍ୟମାନଙ୍କୁ ମଜଭୁତ କରିବା ଲାଗି ପଦକ୍ଷେପ ନେଇଛି। ହିଂସାପ୍ରବଣ ମଣିପୁର ବାସିନ୍ଦାଙ୍କୁ ଆଶ୍ବସ୍ତ କରି ମୋଦୀ କହିଲେ ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ପୁଣିଥରେ ଶାନ୍ତିର ସୂର୍ୟ୍ୟୋଦୟ ହେବ। ମଣିପୁର ପୁଣିଥରେ ବିକାଶ ଦେଖିବ ।

ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୮ରେ ଗୃହର ନେତା ଭାବରେ ମୁଁ ତାଙ୍କୁ ୨୦୨୩ରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦାୟିତ୍ୱ ଦେଇଥିଲି। ବର୍ତ୍ତମାନ ମୁଁ ସେମାନଙ୍କୁ ୨୦୨୮ରେ ଆଣିବାର କାର୍ୟ୍ୟ ଦେଉଛି, କିନ୍ତୁ ଅତି କମରେ ଟିକେ ପ୍ରସ୍ତୁତି ହୋଇ ଆସ। ଯାହାଫଳରେ ଜନସାଧାରଣ ଅନୁଭବ କରନ୍ତୁ ଯେ, ଯେ ଅନ୍ତତଃ ବିରୋଧୀ ଯୋଗ୍ୟ ଅଟନ୍ତି। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ କରାଇଥିଲେ । ଭୋଟ୍‌ ଗ୍ରହଣ ପୂର୍ବରୁ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ ଏବଂ ବାଚନିକ ଭୋଟ୍‌ରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା