Masthead

ମିଳିଲାନି ଷ୍ଟ୍ରେଚର, କାନ୍ଧରେ ବୁହା ହେଲେ ରୋଗୀ

ବାରିପଦା (ବଡ଼ ଖବର ବ୍ୟୁରୋ): ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ବିକଳ ଚିତ୍ର । ଷ୍ଟ୍ରେଚର ଅଭାବରୁ କାନ୍ଧରେ ବୁହା ହେଲେ ରୋଗୀ । ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ସୁଫଳ ପାଉନାହାନ୍ତି ଲୋକ । ଡହଡହ ଖରାରେ ଡାଇଗ୍ନୋଷ୍ଟିକ ସେଣ୍ଟର ଯାଏଁ କାନ୍ଧରେ ନେଲେ ପୁଅ । ବାରିପଦା ସ୍ଥିତ ପିଆରଏମ ମେଡିକାଲ ଠାରେ ଷ୍ଟେଚର ନମିଳିବାରୁ କାନ୍ଧରେ ବୋହି ନେବା ଘଟଣାର ଭିଡିଓ ଭାଇରଲ ହୋଇଛି । ଜଣେ ବ୍ୟକ୍ତି ଜଣେ ବୃଦ୍ଧାଙ୍କୁ କାନ୍ଧରେ କାନ୍ଧେଇ ବାରିପଦା ସ୍ଥିତ ପିଏମଆର ମେଡିକାଲରେ ଏକ୍ସରେ କରିବା ପାଇଁ ଯିବାବେଳର ଏକ ଭିଡିଓ ଭାଇରାଲ ହୋଇଥିଲା।

ଗତ ମେ ମାସ ୨୮ ତାରିଖ (ଗୁରୁବାର) ଦିନ ମୟୂରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଢାକଟା ପଞ୍ଚାୟତ ଶାଳବଣି ଗାଁ ର ଧନେଶ୍ୱର ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ମାଆ ଡୋମିମଣି ପାତ୍ରଙ୍କୁ ଥଣ୍ଡା ଜ୍ବର ହେବାରୁ ବାରିପଦା ସ୍ଥିତ ପିଏମଆର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡୋମିମଣିଙ୍କ ଏକ୍ସରେ କରିବା ପାଇଁ ଡାକ୍ତର କହିଥିଲେ। ଏହାପରେ ପୁଅ ଧନେଶ୍ୱର ତାଙ୍କ ମାଆଙ୍କ ଏକ୍ସରେ କରିବା ପାଇଁ ଯିବାପାଇଁ କୌଣସି ବ୍ୟାଟେରୀ ଗାଡ଼ି କିମ୍ବା ଷ୍ଟେଚର୍ ନମିଳିବାରୁ କାନ୍ଧରେ ବୋହି ନେଇ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ