ମିଳିଲାନି ଷ୍ଟ୍ରେଚର, କାନ୍ଧରେ ବୁହା ହେଲେ ରୋଗୀ

ବାରିପଦା (ବଡ଼ ଖବର ବ୍ୟୁରୋ): ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ବିକଳ ଚିତ୍ର । ଷ୍ଟ୍ରେଚର ଅଭାବରୁ କାନ୍ଧରେ ବୁହା ହେଲେ ରୋଗୀ । ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ସୁଫଳ ପାଉନାହାନ୍ତି ଲୋକ । ଡହଡହ ଖରାରେ ଡାଇଗ୍ନୋଷ୍ଟିକ ସେଣ୍ଟର ଯାଏଁ କାନ୍ଧରେ ନେଲେ ପୁଅ । ବାରିପଦା ସ୍ଥିତ ପିଆରଏମ ମେଡିକାଲ ଠାରେ ଷ୍ଟେଚର ନମିଳିବାରୁ କାନ୍ଧରେ ବୋହି ନେବା ଘଟଣାର ଭିଡିଓ ଭାଇରଲ ହୋଇଛି । ଜଣେ ବ୍ୟକ୍ତି ଜଣେ ବୃଦ୍ଧାଙ୍କୁ କାନ୍ଧରେ କାନ୍ଧେଇ ବାରିପଦା ସ୍ଥିତ ପିଏମଆର ମେଡିକାଲରେ ଏକ୍ସରେ କରିବା ପାଇଁ ଯିବାବେଳର ଏକ ଭିଡିଓ ଭାଇରାଲ ହୋଇଥିଲା।

ଗତ ମେ ମାସ ୨୮ ତାରିଖ (ଗୁରୁବାର) ଦିନ ମୟୂରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଢାକଟା ପଞ୍ଚାୟତ ଶାଳବଣି ଗାଁ ର ଧନେଶ୍ୱର ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ମାଆ ଡୋମିମଣି ପାତ୍ରଙ୍କୁ ଥଣ୍ଡା ଜ୍ବର ହେବାରୁ ବାରିପଦା ସ୍ଥିତ ପିଏମଆର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡୋମିମଣିଙ୍କ ଏକ୍ସରେ କରିବା ପାଇଁ ଡାକ୍ତର କହିଥିଲେ। ଏହାପରେ ପୁଅ ଧନେଶ୍ୱର ତାଙ୍କ ମାଆଙ୍କ ଏକ୍ସରେ କରିବା ପାଇଁ ଯିବାପାଇଁ କୌଣସି ବ୍ୟାଟେରୀ ଗାଡ଼ି କିମ୍ବା ଷ୍ଟେଚର୍ ନମିଳିବାରୁ କାନ୍ଧରେ ବୋହି ନେଇ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!