Masthead

ଆବାସ ଯୋଜନା ଡମୁଣୀଙ୍କ ଲାଗି ସାତସପନ

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ଗରୀବ ଲୋକଙ୍କ ଲାଗି ସରକାର ଘୋଷଣା କରିଛନ୍ତି ଆବାସ ଯୋଜନା । ମାତ୍ର ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଛନ୍ତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାସୁଦେବପୁର ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ବାସୁଦେବପୁର ଗାଁର ଡମୁଣୀ ନାୟକ । ବୟସ ୭୦ ଛୁଇଁଲାଣି । ସ୍ୱୀମୀ ବାଜିଆ ନାୟକ ଓ ଭେଣ୍ଡିଆପୁଅ ଆରପାରିକୁ ଚାଲିଯାଇଛନ୍ତି । ଝିଅକୁ ବାହା ଦେବା ପରେ ପାଖରେ କେହି ନାହାନ୍ତି । ଭାଗ୍ୟ ଓ ଭଗବାନଙ୍କ ଭରସାରେ ଡମୁଣୀ ।

ଭଙ୍ଗା ଦରରା ଘରେ ଏକାକୀ ଜୀବନ ବିତାଉଛନ୍ତି ଡମୁଣୀ । ଝାଟିମାଟିର ଚାଳଘର କେତେବେଳେ ଯେ ଭୁଶୁଡି ପଡିବ କହିହେଉ ନାହିଁ । ବର୍ଷା ହେଲେ ଘରେ ଗଳୁଛି ପାଣି । ଅଧାଦିନ ରାତି ଅନିଦ୍ରା ହେବାକୁ ପଡୁଛି । ମୂଲ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକି ଚଳିବାକୁ ନିଅଣ୍ଟ । ନିଜ ଦୁଃଖ ଦୁର୍ଦ୍ଦଶା ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ ଟିକେ ଭଲରେ କାଟିଦିଅନ୍ତି ବୋଲି କହିଛନ୍ତି ଡ଼ମୁଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ