Masthead

ଆଇନଶୃଙ୍ଖଳା, ହତ୍ୟାକାଣ୍ଡ, ଚୋରିକୁ ନେଇ ବନ୍ଦ ଡାକରା

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟାକାଣ୍ଡ, ଚୋରି, ରାହାଜନୀ ବୃଦ୍ଧି ପାଉଥିବା ଅଭିଯୋଗ ୧୦ ଘଣ୍ଟିଆ ଦଶପଲ୍ଲା ବନ୍ଦ । ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ରାଘବ ମଲ୍ଲିକଙ୍କ ନେତୃତ୍ୱରେ ଏହି ଡାକରା ଦିଆଯାଇଛି । ଦଶପଲ୍ଲା ଥାନା ଆଇଆଇସିଙ୍କ ବଦଳି ଦାବି କରିଛି ଦଳ । ସକାଳ ୭ରୁ ବନ୍ଦ ପାଳନ କରାଯାଇଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଦୋକାନ ବଜାର ।

ଦଶପଲ୍ଲା ବନ୍ଦ ପୂର୍ବରୁ ପୋଲିସ ହଠାତ୍ ବିଜେପି ନେତା ରାଘବ ମଲ୍ଲିକକୁ ଉଠାଇ ନେବା ସହ ଶୃଙ୍ଖଳା ସ୍ଥିତି ବଜାଇ ରଖିବା ପାଇଁ ପୁରା ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ତେବେ ଦଶପଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ । ଦୋକାନ ବଜାର ଖୋଲା ଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ ରହିଛି । ଗିରଫଦାରୀ ଭୟରେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ବିଜେପିର ନେତା ଓ କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ