Masthead

ଡିଏଭିର ରସଗୋଲା ମିଛ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିଲା ପଢୁଛନ୍ତି ଭୁଲ୍ ପାଠ । ରସଗୋଲାକୁ ନେଇ ସାମ୍ନାକୁ ଆସିଲା ଡିଏଭିର ମିଛ । ଓଡ଼ିଶାକୁ ଅପମାନିତ କରିବା ଭଳି ପାଠ ପଢାଉଛି ଡିଏଭି । ରସଗୋଲା ସହ ପଶ୍ଚିମବଙ୍ଗକୁ ଯୋଡ଼ୁଛି ଡିଏଭି । ପିଲାଙ୍କ ତୃତୀୟ ଶ୍ରେଣୀ ବହିରେ ଦେଇଛି ଓଡ଼ିଶାକୁ ଅପମାନିତ କଲା ଭଳି ତଥ୍ୟ । ରସଗୋଲା ପାଠରେ ଓଡ଼ିଶାର ନାଁ ଉଲ୍ଲେଖ ବି ହେଉନାହିଁ । ଡଏଭି ତାର ଷ୍ଟାଣ୍ଡାର୍ଡ-ଥ୍ରୀ ଡଋ ଇଘଊ ଙଟଜ ଡଙଜଖଊ ବହିରେ ଉଲ୍ଲେଖ କରିଛି ଏଭଳି ଭ୍ରମାତ୍ମକ ତଥ୍ୟ । ବହିର ପୃଷ୍ଠା ନମ୍ବର ୧୭ରେ ଲେଖାଯାଇଛି ଏଭଳି କିଛି ତଥ୍ୟ । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଦେଶର ବିଭିନ୍ନ ଭାଗର ନିଜର ସ୍ୱତନ୍ତ୍ରତା ରହିଛି । କିନ୍ତୁ ଏଠାରେ ଉଲ୍ଲେଖ କରାଯାଇଛି କୋଲକାତାର ସ୍ୱତନ୍ତ୍ରତା ହେଉଛି ରସଗୋଲା । ଏଠାରେ ପ୍ରଶ୍ନ ଉଠୁଛି, ପିଲା ଏହି ପାଠରୁ କ’ଣ ବୁଝିବେ? ରସଗୋଲା ଓଡ଼ିଶାର ନୁହେଁ ବରଂ କୋଲକାତାର ବାର୍ତ୍ତା ଯାଉନି କି? ଖାଲି କୋଲକାତା ଲେଖିବା ବିଭ୍ରାନ୍ତିକର ତଥ୍ୟ ନୁହେଁ କି? ପ୍ରଥମେ ଜିଆଇ ଟ୍ୟାଗ୍, ଏବେ ପଢାବହିରେ ତଥ୍ୟ? ଏଠାରେ ପ୍ରଶ୍ନ ଉଠୁଛି ପଶ୍ଚିମବଂଗର ଷଡ଼ଯନ୍ତ୍ରରେ ଡିଏଭି ସାମିଲ୍ ନାହିଁ ତ? ଏଭଳି ମିଛ ତଥ୍ୟ କାହିଁକି ପଢିବେ ଛାତ୍ରଛାତ୍ରୀ? ଓଡ଼ିଶା ପ୍ରତି ଏହା ଅପମାନ ନୁହେଁ କି?

ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟକୁ ବିରୋଧ କରିଛନ୍ତି ଅନେକ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ । ଡିଏଭିର ତ୍ରୁଟି ବିରୋଧରେ ଅସନ୍ତୋଷ ବଢୁଛି । ଏଭଳି ତ୍ରୁଟିକୁ ଡିଏଭି ସଂଶୋଧନ କରିବା ଦରକାର । ରସଗୋଲା ଲଢେଇରେ ଓଡିଶାର ପ୍ରତିଟି ଲୋକଙ୍କ ସ୍ୱାଭିମାନ ଜଡିତ । କାହିଁକି ନା ଏହାର ସିଧା ସଂଯୋଗ ଜଗନ୍ନାଥ ସଂସ୍କୃତି ସହ ରହିଛି । କିଛିଦିନ ତଳେ ନୀଳାଦ୍ରି ବିଜେ ଯାଇଛି । ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ମହାପ୍ରଭୁ ବଢାଇ ଦେଇଥିଲେ ରସଗୋଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ