ଡିଜିପି ସମ୍ମିଳନୀର ସମ୍ମିଳନୀର ତୃତୀୟ ଦିନ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ମାନସ ମନ୍ଥନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ଆଜି ବି ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ ହୋଇଛି। ସୁରକ୍ଷା ଏବଂ ପୁଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ହୋଇଛି ମାନସ ମନ୍ଥନ। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା ? ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ନକ୍ସଲ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା, ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଜି ବିଚାର ବିମର୍ଶ ହେବ ବୋଲି ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ