Masthead

ନାତିର କଟୁରି ଚୋଟରେ ଆଈ ମୃତ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ):  ଆଇକୁ କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ଜଣେ ଶିଶୁକନ୍ୟା ସମେତ ୩ ଗୁରୁତର। ବୁଧବାର ସକାଳୁ ବାଲିକୁଦା ଥାନା ନାଗପୁର ପଞ୍ଚାୟତର ଗଦେଇଗିରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍ ଯାଇଥିଲା ଅଭିଯୁକ୍ତ। କିଛି ଦିନ ତଳେ ଜେଲ୍ ପ୍ରାଚୀର ଡେଇଁ ସେ ଫେରାର ହୋଇଯାଇଥିଲା। ଆଜି ସକାଳୁ ଏଭଳି ହତ୍ୟାକାଣ୍ଡ ଘଟାଇଛି। ସୂଚନାନୁଯାୟୀ, ଅଭିଯୁକ୍ତ ଜଣଙ୍କ ହେଉଛି ଗଦେଇଗିରି ଗାଁର ସମୀର ଓରଫ୍ ଜୀବନ ଜ୍ୟୋତି ସାହୁ।

ସମୀର କିଛି ବର୍ଷ ତଳେ ସେହି ଗାଁର ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପୁଲିସ ତାକୁ ବାନ୍ଧି ଜେଲ୍ ପଠାଇଥିବା ବେଳେ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରି ଥିଲେ। ଆଳିପିଙ୍ଗଳ ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ଥିବା ସମୟରେ ସୁଯୋଗ ପାଇ ସମୀର ଜେଲ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲା। ସେବେଠାରୁ ତାର ପତ୍ତା ମିଳୁ ନଥିଲା। ହେଲେ ଗତକାଲି ରାତିରେ ସେ ହଠାତ୍ ଗାଁରେ ପହଞ୍ଚିଥିଲା। ଆଉ ଆଜି ସକାଳେ ଏହି କାଣ୍ଡ ଭିଆଇ ଫେରାର ହୋଇଯିବାକୁ ବସିଥିବା ବେଳେ ଗାଁ ଲୋକେ ତାକୁ କାବୁ କରିନେଇ ବାନ୍ଧି ବାଲିକୁଦା ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇଛି। ମୃତକ ହେଉଛନ୍ତି ଶଖି ସାହୁ । ସେ ଅଭିଯୁକ୍ତ ସମୀରର ନିଜ ଆଇ । ସେହିପରି ଆହତଙ୍କ ମଧ୍ୟରେ ଅଛନ୍ତି ପୀଡ଼ିତାଙ୍କ ମା’ ସନ୍ଧ୍ୟା ଦାସ, ପଡ଼ୋଶୀ ହେମ ଦାସ ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ଦାସ। ଆହତମାନଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ପକ୍ଷରେ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା