Masthead

‘ଚୁପ ରୁହ’ ଦୁଷ୍ମନ୍ତଙ୍କ ପରିବାରକୁ ପ୍ରଶାସନିକ ଅଧିକାରୀଙ୍କ ଧମକ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଦୁଷ୍ମନ୍ତ ଦାସଙ୍କୁ ତରବରିଆ ଭାବେ ସ୍ୱର୍ଗ ଦ୍ୱାର ନେଇ ପରିବାରକୁ ଠେଲି ଦେଲେ ମରଣଯନ୍ତାକୁ । ବିଧାନସଭା ଆଗରେ ବିଷପିଇ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁପରେ ଏବେ ଅନ୍ଧାରରେ ପରିବାର ଲୋକେ । ଜଗତସିଂହପୁର ଜିଲ୍ଲା ଦୁଷ୍ମନ୍ତ ଦାସଙ୍କ ଅନେକ ଆକୁଳ ନିବେଦନ କଲାପରେ ମଧ୍ୟ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ନିଦରେ ଶୋଇପଡିଥିଲେ ।

କିନ୍ତୁ ଆସନ୍ତା କାଲି ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ରାଜ୍ୟର ସବୁ ପ୍ରଶାସନ ଚେଇଁ ଉଠିଥିଲା। ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ତରବରିଆ ଭାବେ ଦୁଷ୍ମନ୍ତ ଦାସଙ୍କ ଶ୍ୱଶୁର ଘରେ ପହଞ୍ଚି ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ଏକଲକ୍ଷ ଟଙ୍କା ଦେଇଥିଲେ । ପରେ ଏକାଧିକ ପ୍ରଶାସନ ଅଧିକାରୀ ଦୁଷ୍ମନ୍ତ ଦାସଙ୍କ ଘରେ ପହଞ୍ଚି କିଛି ପ୍ରତିଶ୍ରୁତି ଦେଇ ଘଟଣାକୁ ଚପାଇଦେବାକୁ ଚେଷ୍ଟା କରିଥିଲେ। ତାଙ୍କର କଥାକଥିତ ମାମୁଁ ଦଳୀୟ ଏଜେଣ୍ଟ ସାଜି ୧୦ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଦୁଷ୍ମନ୍ତ ଦାସ ପଡୋଶୀମାନଙ୍କ ଦାବି ଅନୁସାରେ ଥିବା କୁଜଙ୍ଗ ବିଡିଓ ଓ ଅମିୟ ରଞ୍ଜନ ପଣ୍ଡା ଏବଂ କଥା କଥାକଥିତ ମାମୁଁ ଦୁଷ୍ମନ୍ତଙ୍କ ମୃତ ଶରୀରକୁ ଗାଁ କୁ ନେଇ ଆସିବା ପାଇଁ କଥା ଦେଇ ଦୁଷ୍ମନ୍ତଙ୍କ ଧର୍ମପତ୍ନୀଙ୍କୁ ନେଇ ଏସସିବି କୁ ଯାଇଥିଲେ। କିନ୍ତୁ ସେଠି ଚକ୍ରାନ୍ତ କରି ଦୁଷ୍ମନ୍ତଙ୍କ ମୃତ ଶରୀରକୁ ପୁରୀ ସ୍ୱର୍ଗ ଦ୍ଵାରା ନେଇ ସଂସ୍କାର କରିଥିଲେ। ତେବେ ବର୍ତ୍ତମାନ ଦୁଷ୍ମନ୍ତଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ