Masthead

ବଡ଼ଭାଇର ଜନ୍ମଦିନରେ ସାନଭାଇର ମୃତ୍ୟୁ

‘ପ୍ରଣାମ ଅଶୋକ-କିଶୋର’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାନ ଗାୟକ କିଶୋର କୁମାରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ । ବଲିଉଡ୍ ଇଣ୍ଡଷ୍ଟ୍ରିଜର ଅଜାତଶତ୍ରୁ ନାଁରେ ସେ ବେଶ୍ ଜଣାଶୁଣା । ୪ଅଗଷ୍ଟ୧୯୨୯ରେ ଜନ୍ମଗ୍ରହଣ କରିଥିବା କିଶୋର ୧୯୮୭ ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା । ଇଣ୍ଡଷ୍ଟ୍ରିଜରେ ଯେତେବେଳେ ଥଟ୍ଟାମଜ୍ଜାର କଥାଉଠେ ସେତେବେଳେ କିଶୋର କୁମାରଙ୍କ ନାଁ ଆଗଉଠେ । ତାଙ୍କର ବିନ୍ଦାସ ଜୀବନ ଶୈଳୀ ଆଜିର ଯୁବପିଢିକୁ ଜୀବନକୁ ସଠିକ୍ ଉପଭୋଗ କରିବାର ଶିକ୍ଷାଦିଏ । କିଶୋର କୁମାରଙ୍କ ପ୍ରାରମ୍ଭିକ ବଲିଉଡ୍ କ୍ୟାରିୟର ସେତେଟା ଭଲ ନଥିଲା । କିଶୋର କୁମାର ସଙ୍ଗୀତକୁ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବଡଭାଇ ଅଶୋକ କୁମାରଙ୍କ ଇଚ୍ଛାଥିଲା ଭିନ୍ନ । ସେ ଅଭିନୟ କ୍ଷେତ୍ରରେ ଆଗକୁ ବଢନ୍ତୁ ବୋଲି ଚାହୁଁଥିଲେ ଅଶୋକ । ଏମିତି ଇଚ୍ଛା ଅନିଚ୍ଛା ଭିତରେ ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡିକ ଫ୍ଲପ୍ ହୋଇଥିଲା । କାରଣ ଅଭିନୟରେ ତାଙ୍କର ଟିକେ ହେଲେ ମନ ଲାଗୁନଥିଲା । ଏହାସହ ଗୀତ ଗାଇବାକୁ ମଧ୍ୟ ସୁଯୋଗ ମିଳୁନଥିଲା ।

କିଛି ସମୟ ଏମିତି ଆସିଲା ତାଙ୍କର ଫିଲ୍ମଗୁଡିକ ବକ୍ସ ଅଫିସରେ ହିଟ୍ କଲା । ସ୍କ୍ରିନ୍ ରେ ତାଙ୍କ ବିନ୍ଦାସ ଅନ୍ଦାଜକୁ ଲୋକେ ପସନ୍ଦ କରିବାକୁ ଲାଗିଲେ । ଧୀରେ ଧୀରେ କିଶୋର କୁମାରଙ୍କୁ ଅଭିନୟ ପସନ୍ଦ ଲାଗିଲା । ତାଙ୍କର ଫିଲ୍ମଗୁଡିକ ଠିକଠାକ୍ ଚାଲିଲା ଓ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଗଲା । ଏହାପରଠୁ କିଶୋର କୁମାର ପଛକୁ ଫେରି ଚାହିଁନାହାନ୍ତି । କିଶୋର କୁମାରଙ୍କ ବ୍ୟକ୍ତିଗତ ଚରିତ୍ର ଏମିତ ଥିଲା, ଯାହା ଅନ୍ୟମାନଙ୍କଠୁ ଭିନ୍ନ । ସଂଗୀତକୁ ସେ ମନଭରି ଉପଭୋଗ କରୁଥିଲେ । ତାଙ୍କର ଅନେକଗୁଡିଏ ଫଣ୍ଡା ଥିଲା । ସେ ଭିତରୁ ଗୋଟିଏ, ନୋ ୱାର୍କ, ନୋ ପେମେଣ୍ଟ ।

କିଶୋର କୁମାର ଓ ତାଙ୍କ ଭାଇ ଅଶୋକ କୁମାରଙ୍କ ପାଇଁ ୧୩ ଅକ୍ଟୋବର ଅଭୁଲା ଦିନ । ୧୩-ଅକ୍ଟୋବର ଅଶୋକ କୁମାରଙ୍କ ଜନ୍ମଦିନ ପଡୁଥିବା ବେଳେ ଏହି ଦିନରେ ହିଁ କିଶୋର କୁମାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୨୦୦୧ ଡିସେମ୍ବର-୧୦ରେ ୯୦ ବର୍ଷ ବୟସରେ ଅଶୋକ କୁମାରଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଭେଟେରାନଙ୍କୁ ‘ବଡ଼ ଖବର’ ଟିମ୍ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !