Masthead

ହାଇଦ୍ରାବଦରୁ ହାଇଦର ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହାଇଦର ଗିରଫ । ଗ୍ୟାଙ୍ଗଷ୍ଟାର ହାଇଦରକୁ ଗିରଫ କରାଯାଇଥିବା ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ଶନିବାର ହାଇଦର ଏସସିବି ମେଡିକାଲରୁ ଖସି ପଳାଇଥିଲା । ସୁରକ୍ଷାକର୍ମୀଙ୍କୁ ନିଶାଦେଇ ସେ ଖସି ଯିବାରେ ସଫଳ ହୋଇଥିଲା । ଆଜି ସଂଧ୍ୟାରେ କମିଶନରେଟ ପୋଲିସର ଏକ ଟିମ ତାକୁ ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଧରିଥିବା ସୂଚନା ଦେଇଛନ୍ତି କମିଶନର । ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଧରିଛି କମିଶନରେଟ ପୋଲିସ । ଖୁବଶ୍ରୀଘ୍ର ତାକୁ ଓଡ଼ିଶା ଆଣି କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛନ୍ତି କମିଶନର ।
ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ବଡ଼ମେଡିକାଲରୁ ଫେରାର ହୋଇଯାଇଥିଲା । ହାଇଦରକୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ରାଜ୍ୟ ସାରା ବ୍ଲକିଂ ଚେକିଂ କରାଯାଇଥିଲା । ତେବେ ହାଇଦର ଓଡ଼ିଶା ସୀମାପାର ହୋଇ ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରେ ଲୁଚିଥିବା ଜାଣିବାକୁ ପାଇଥିଲା କମିଶନରେଟ ପୋଲିସ । ତେବେ ବାଦମବାଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲେ । ଆଜି ସନ୍ଧ୍ୟରେ ହାଇଦରକୁ ତେଲେଙ୍ଗାନା ପୋଲିସ ସହାୟତାରେ ଗିରଫ କରିଛି କମିଶନରେଟ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !