Masthead

ଦର୍ଶକଙ୍କ ସାମ୍ନାରେ ପ୍ରେମିକା ହାତରେ ମୁଦି ପିନ୍ଧାଇଲେ ଦୀପକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଷ୍ଟାଡିୟମ ଭିତରେ ବିବାହ ପ୍ରସ୍ତାବ ଦେଲେ , ସମସ୍ତଙ୍କ ସାମ୍ନାରେ ମୁଦି ମଧ୍ୟ ପିନ୍ଧାଇଲେ । ଗୁରୁବାର ହୋଇଥିବା ଆଇପିଏଲ ମ୍ୟାଚରେ ଷ୍ଟାଡିୟମ ଗ୍ୟାଲେରିରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚେନ୍ନାଇ ଦ୍ରୁତ ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପରେ ଷ୍ଟାଡିୟମରେ ନିଜ ପ୍ରେମିକା ଜୟା ଭରଦ୍ବାଟଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହି ଦୃଶ୍ୟ କୌଣସି ହିନ୍ଦୀ ଚଳଚ୍ଚିତ୍ରର ରୋମାଣ୍ଟିକ୍ ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନଥିଲା । ‌

ମ୍ୟାଚ୍‌ ସରିବା କ୍ଷଣି ଦୀପକ ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖୁଥିବା ନିଜ ପ୍ରେମିକା ନିକଟକୁ ଆସି ତାଙ୍କ ସମ୍ମୁଖରେ ଆଣ୍ଠେଇ ପଡ଼ି ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରେମିକା ଜୟା ତାଙ୍କ ପ୍ରସ୍ତାବରେ ସମ୍ମତି ଜଣାଇବା ପରେ ତୁରନ୍ତ ସେ ତାଙ୍କୁ ମୁଦି ପିନ୍ଧାଇଥି‌ଲେ। ଏହା ଦେଖି ଷ୍ଟାଡିୟମରେ ଥିବା ଦର୍ଶକ ଏବଂ ସାଥୀ ଖେଳାଳିମାନେ ତାଳି ମାରି ଉଭୟଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକା‌ମନା ଜଣାଇଥିଲେ। ଯାହାର ଭିଡିଓ ଏବେ ଭାିରାଲ ହେବାରେ ଲାଗିଛି । ଜୟା ହେଉଛନ୍ତି ଅଭିନେତା, ମଡେଲ ଓ ଚର୍ଚ୍ଚିତ ରିଅଲିଟି ସୋ’ ‘ବିଗ୍‌ ବସ୍‌’ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର