Masthead

ଆଜି ପୁଣି ଆକ୍ଟିଭ ହୋଇପାରେ ବିକ୍ରମ ଓ ପ୍ରଜ୍ଞାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପୁଣି ଆକ୍ଟିଭ ହୋଇପାରେ ବିକ୍ରମ ଓ ପ୍ରଜ୍ଞାନ । ସେପ୍ଟେମ୍ବର ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର‌୍ୟ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ । ଏବଂ ଆଗାମୀ ୧୪ରୁ ୧୫ ଦିନ ଯାଏଁ ସେମାନେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିପାରିବେ ।

ଆଜି ଇସ୍ରୋ ବୈଜ୍ଞାନିକ ପୁଣିଥରେ ଲ୍ୟାଣ୍ଡର ଓ ରୋଭର ସହ ସମ୍ପର୍କ କରିବେ । ସେତେବେଳକୁ ଲ୍ୟାଣ୍ଡର ଓ ରୋଭରରେ ଲାଗିଥିବା ବ୍ୟାଟେରୀ ଚାର୍ଜ ହୋଇଯାଇଥିବ ବୋଲି ଆଶା କରାଯାଉଛି । ଚନ୍ଦ୍ରପୃଷ୍ଠରେ ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଂଟରେ ରଖାଯାଇଛି । ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରି ଦିଆଯାଇଥିଲା  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା