Masthead

ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଉପାସରେ ଲିଙ୍ଗରାଜ ମହାପ୍ରଭୁ । ଲିଙ୍ଗରାଜ ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ଆଜି ପବିତ୍ରାର୍ପଣ ଚତୁଦର୍ଶି।

ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ। ୨୦୨୦ମସିହାଠୁ ଏହି ସମସ୍ୟା ଲାଗି ରହିଛି। ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ